fbpx

ଏବେ ମହିଳାମାନେ ଘରେ ରୁହନ୍ତୁ, ଆମ ସୈନ୍ୟମାନେ ଝିଅମାନଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି: ତାଲିବାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ମାନେ ଅକ୍ତିଆର କରିବା ପରେ ମହିଳା ମାନଙ୍କ ଚିନ୍ତା ବଢ଼ିଯାଇଛି । ଯେଉଁ ମାନେ ଦେଶ ଛାଡ଼ି ଦେଇଛନ୍ତି ସେମାନେ ଭାଗ୍ୟଶାଳୀ ହୋଇଥିବା ବେଳେ ଯେଉଁ ମାନେ ରହିଯାଇଛନ୍ତି ସେମାନେ ତାଲିବାନି ମାନଙ୍କ କ୍ରୁର ଅତ୍ୟାଚାରର ଶିକାର ହେଉଛନ୍ତି । ତେଣୁ ଡରରେ ସେମାନେ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି । ୨୦ ବର୍ଷ ପରେ ମହିଳା ମାନେ ପୁଣିଥରେ ସେମାନଙ୍କ ସ୍ୱାଧୀନତା ଛଡ଼ାଇ ନେଇଯିବା ଭୟରେ ଡରୁଛନ୍ତି । ଏହା ଭିତରେ ତାଲିବାନି ମାନେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ସେମାନେ କହିଛନ୍ତି ଯେ, ଚାକିରୀ କରୁଥିବା ମହିଳା ମାନେ ଏବେ ଘରେ ରହିବା ଦରକାର । କାରଣ ତାଲିବାନି ମାନଙ୍କୁ ମହିଳା ଓ ଯୁବତୀ ମାନଙ୍କୁ ସମ୍ମାନ କରିବା ଶିଖାଯାଇନାହିଁ ।

ଏନେଇ ତାଲିବାନି ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, “ଆଫଗାନିସ୍ତାନରେ କାମ କରୁଥିବା ମହିଳା ମାନେ ସେ ପର୍ଯ୍ୟନ୍ତ ଘରେ ରୁହନ୍ତୁ ଯେ ପର୍ଯ୍ୟନ୍ତ ମହିଳା ମାନଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଇନାହିଁ । ଏହା ଏକ ଅସ୍ଥାୟୀ ପ୍ରକ୍ରିୟା” । ମହିଳା ସରକାରୀ କର୍ମଚାରୀ ମାନେ ଏବେ ସୁରକ୍ଷା କାରଣରୁ ଘରେ ହିଁ ରୁହନ୍ତୁ ବୋଲି କହିଛନ୍ତି । ତେବେ ତାଲିବାନି ମାନେ ଗତ ଶାସନରେ ମହିଳା ମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଏବେ ସେମାନେ କହିଛନ୍ତି ଯେ, ମହିଳା ମାନେ ପାଠ ପଢ଼ିପାରିବେ ଓ ଚାକିରୀ କରିପାରିବେ । କିନ୍ତୁ ସେମାନଙ୍କର ଏହି କଥା ଉପରେ ଦେଶର ମହିଳା ମାନଙ୍କ ଭରସା ନାହିଁ ।

Get real time updates directly on you device, subscribe now.