fbpx

‘ଦ ଏମ୍ପାୟର’ ୱେବ୍ ସିରିଜ୍ ରିଲିଜ୍ ହେବା ମାତ୍ରେ ଟ୍ୱିଟରରେ ଟ୍ରେଣ୍ଡ ହେଲା #UninstallHotstar, ଲୋକେ କହିଲେ…

ମୁମ୍ବାଇ : ବଲିଉଡ ଆକ୍ଟର କୃଣାଲ କପୁରଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ଦ ଏମ୍ପାୟର’ ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ରିଲିଜ୍ ହୋଇ ସାରିଛି । ଏହା ଜଣେ ସାହସି ଯୋଦ୍ଧାଙ୍କ କାହାଣୀ ଉପରେ ଆଧାରିତ ୱେବ ସିରିଜ୍ । ସାମାଜିକ ଗଣମାଧ୍ୟମରେ ଲୋକେ ଏବେ ଏହି ୱେବ ସିରିଜକୁ ବିରୋଧ କରିବା ସହ ଏହାକୁ ବୟକଟ୍ କରିବାକୁ ଦାବି କରିଛନ୍ତି । ଟ୍ୱିଟରରେ #UninstallHotstar ଲଗାତାର ଟ୍ରେଣ୍ଡ କରୁଛି ।

କୃଣାଲ କପୁର, ଡିନୋ ମାରିଆ ଓ ଶବାନା ଆଜମୀଙ୍କ ପରି ତାରିକାରେ ସଜ୍ଜିତ ଏହି ୱେବ ସିରିଜ୍ ମୋଗଲ ଶାସକ ବାବରଙ୍କ ଜୀବନୀ ଉପରେ ଆଧାରିତ । ସିରିଜରେ ସାହସି ଯୋଦ୍ଧା ରାଜାଙ୍କ କାହାଣୀ ବର୍ଣ୍ଣନା କରାଯାଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମିତାକ୍ଷରା କୁମାର । ୱେବ ସିରିଜର ନିର୍ମାତା ହେଉଛନ୍ତି ନିଖିଲ ଆଡୱାଣୀ । ଲୋକଙ୍କ ଅଭିଯୋଗ ଏହା ଯେ, ସିରିଜରେ ବାବରଙ୍କ ମହିମା ମଣ୍ଡନ କରାଯାଇଛି । ଏଥିରେ ଲକ୍ଷାଧିକ ହିନ୍ଦୁଙ୍କ ହତ୍ୟାକାରୀ ବାବରଙ୍କ ସପକ୍ଷରେ ଅତି ରଞ୍ଜିତ କାହାଣୀ ଦେଖା ଯାଇଛି ।

ଏହି ମହାତ୍ୱାକାଂକ୍ଷୀ ୱେବ ସିରିଜର ନିର୍ମାତା ନିଖିଲ ଆଡୱାଣୀଙ୍କ କମ୍ପାନୀ ଏମି ଏଣ୍ଟରଟେନମେଣ୍ଟ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ମେକର୍ସଙ୍କ କହିବା କଥା, ଏହା ଦେଶରେ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ସବୁଠୁ ବଡ ଏବଂ ଭବ୍ୟ ୱେବ ସିରିଜ୍ । ଏଥିରେ ଏକ ସାମ୍ରାଜ୍ୟର ଉଦୟର କାହାଣୀ ଦେଖାଯାଇଛି ।

Get real time updates directly on you device, subscribe now.