fbpx

ଉଲଗ୍ନ ସେଲଫି ଉଠାଇ ପୋଷ୍ଟ କଲା ୧୫ ବର୍ଷର ଝିଅ , ଜଣାପଡିବାରୁ ବାପା-ମା’ଙ୍କୁ ଆସିଲା ହାର୍ଟ ଆଟାକ୍

ଅହମଦାବାଦ: କରୋନା କାଳରେ ଅନଲାଇନ୍ କ୍ଲାସ ଯୋଗୁଁ ପିଲାମାନେ ଅଧିକ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ମୋବାଇଲର ଦୂରୁପଯୋଗ ବଢ଼ିବାର ମଧ୍ୟ ଆଶଙ୍କା ବଢ଼ିବାରେ ଲାଗିଛି । ଗୁଜରାଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୫ ବର୍ଷୀୟ ଝିଅକୁ ତାର ପରିବାର ଲୋକେ ମୋବାଇଲ ଦେଇଥିଲେ । କିନ୍ତୁ ଝିଅଟି ନିଜର ଉଲଗ୍ନ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲାଗିଥିଲା । ଝିଅର ଏଭଳି କାର୍ଯ୍ୟ ବିଷୟରେ ଜାଣିବା ପରେ ବାପା-ମାଙ୍କୁ ହାର୍ଟ ଆଟାକ୍ ଆସିଲା ।

ରିପୋର୍ଟ ମୁତାବକ, ଝିଅଟି ନିଜର ଉଲଗ୍ନ ଫଟୋ ଅନଲାଇନରେ ସେୟାର କରିବା ସହ ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ଏପରି କରିବାକୁ ଉତ୍ସାହିତ କରିଥିଲା । ଝିଅର ଏଭଳି କାର୍ଯ୍ୟରେ ବିରକ୍ତ ହୋଇ ବାପା-ମା’ ୧୮୧ ହେଲ୍ପଲାଇନକୁ କଲ୍ କରି ସାହାଯ୍ୟ ମାଗିଥିଲେ । ସମ୍ପର୍କୀୟମାନେ ହେଲ୍ପଲାଇନ୍ସ ପରାମର୍ଶଦାତାଙ୍କୁ କହିଥିଲେ ଯେ, ସେମାନେ ନିଜ ଝିଅକୁ ଅନଲାଇନ୍ କ୍ଲାସ ପାଇଁ ମୋବାଇଲ ଦେଇଥିଲେ । ଶାନ୍ତିରେ ପଢ଼ିବାକୁ ଝିଅକୁ ଏକ ଅଲଗା ରୁମ୍ ମଧ୍ୟ ଦେଇଥିଲେ ।

କିନ୍ତୁ ଝିଅ ନିଜର ପ୍ରାଇଭେଟ ପାର୍ଟର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଥିଲା । ଏତିକି ନୁହେଁ, ନିଜ ସର୍ମ୍ପକୀୟଙ୍କୁ ମଧ୍ୟ ଏପରି କରିବାକୁ ଉତ୍ସକାଉଥିଲା । ବାପା-ମା’ଙ୍କୁ ଝିଅର ଏଭଳି କାର୍ଯ୍ୟକଳାପ ସମ୍ପର୍କୀୟଙ୍କଠାରୁ ଜାଣିବାକୁ ପାଇଥିଲେ, ଫଳରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । କିଛିଦିନର ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇଛନ୍ତି । ଏତେସବୁ ହେବା ପରେ ବି ଝିଅ ନିଜ କାର୍ଯ୍ୟକଳାପକୁ ବନ୍ଦ କରିନଥିଲା, ଫଳରେ ଅଭିଭାବକମାନେ ହେଲ୍ପଲାଇନର ସାହାଯ୍ୟ ନେଇଥିଲେ ।

ହେଲ୍ପଲାଇନ୍ ପରାମର୍ଶଦାତା ଝିଅକୁ ଡାକି ଏହାକୁ ସାଇବର କ୍ରାଇମ୍ ବୋଲି ବୁଝାଇଥିଲେ । ଏହା ପରେ ଝିଅଟି ପ୍ରତିଶ୍ରତି କରିଥିଲା କି ବାପା-ମାଙ୍କ ଆଗରେ ମୋବାଇଲ ବ୍ୟବହାର କରିବ । ପରାମର୍ଶଦାତାଙ୍କ ସହ କଥା ହେବା ପରେ ଝିଅଟି ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲେଟ୍ କରିଥିଲା । କେବଳ ଅନଲାଇନ୍ କ୍ଲାସ ସମୟରେ ଝିଅଟି ମୋବାଇଲ ବ୍ୟବହାର କରୁଛି । ଏହା ବ୍ୟତୀତ ସେ ମୋବାଇଲରେ ହାତ ବି ମାରୁନି ।

Get real time updates directly on you device, subscribe now.