fbpx

ଅନୁରାଗ ଠାକୁରଙ୍କ ଫିଟନେସରେ ପାଗଳ ହେଲେ ପୀୟୂଷ ଗୋଏଲ, ସେୟାର କଲେ ଭିଡ଼ିଓ

ନୂଆଦିଲ୍ଲୀ: ରବିବାର ଦିନ ଆୟୋଜିତ ହୋଇଥିବା ‘ଫିଟ୍ ଇଣ୍ଡିଆ’ ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମରେ ନିଜର ଫିଟନେସ୍ ଦେଖାଇଛନ୍ତି କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । କାର୍ଯ୍ୟକ୍ରମରେ ଅନୁରାଗ ଠାକୁର ସ୍ପିପ୍ ରୋପ୍ ବା ଦଉଡି ଡେଇଁଥିଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଖୋଦ୍ ଭିଡିଓ ସେୟାର କରି ଅନୁରାଗଙ୍କ ପ୍ରଶଂସା କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି, ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଅନୁରାଗଙ୍କ ପାଇଁ ତାଳି ମାରିଛନ୍ତି । ଫିଟ୍ ଯୁବପିଢ଼ି ହିଁ ଏକ ମହାନ୍ ଭାରତ ନିର୍ମାଣ କରିପାରିବେ ବୋଲି ଅନୁରାଗ କହିଛନ୍ତି । ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ‘ଫିଟ୍ ଇଣ୍ଡିଆ’ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ଜାତୀୟ ଖେଳ ଦିବସରେ ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପହାର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.