କରୋନା ଟିକା ନେବା ପରେ ମହିଳାଙ୍କର ହେଲା ହାର୍ଟ ଆଟାକ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ କରୋନା ଭାକସିନ୍ ଫାଇଜର୍ ଦ୍ୱାରା ପ୍ରାଣ ହରାଇଥିବା ପ୍ରଥମ ମାମଲା ସାମନାକୁ ଆସିଛି । ସୋମବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ବୟସ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୟାନ ଅନୁସାରେ, ମହିଳାଙ୍କ ମୃତ୍ୟୁ ମାୟୋକୋର୍ଡିଟିସ୍(ହୃଦୟ ସମ୍ବନ୍ଧୀୟ ସମସ୍ୟା) କାରଣରୁ ହୋଇଛି । ତେବେ ଏହା କୋଭିଡ୍ ଟିକା ଫାଇଜର୍ କାରଣରୁ ହୋଇଥିବା କର୍ତ୍ତୃପକ୍ଷ ମାନେ କହିଛନ୍ତି ।

ମାୟୋକୋର୍ଡିଟିସ୍ ଯୋଗୁଁ ହୃଦୟ ମାଂସପେଶୀର ପ୍ରଦାହ ସୃଷ୍ଟି କରେ, ଯାହା ହୃଦୟର ଚଳନର ପ୍ରକ୍ରିୟା ଉପରେ ପ୍ରଭାବ ପକାଇପାରେ । ସାଧାରଣତଃ ଏପରି ଅବସ୍ଥାରେ ହୃଦୟରେ ରକ୍ତ ସଞ୍ଚାଳନ ସଠିକ୍ ରୂପରେ ହେବାରେ ସମସ୍ୟା ସୃଷ୍ଟି ଥାଏ । ଏହା ହୃଦସ୍ପନ୍ଦନର ଅନିୟମିତତା ହୋଇପାରେ ।