fbpx

୫୨ ବର୍ଷରେ ପଦାର୍ପଣ କଲେ ଏହି ଭାରତୀୟ ଦ୍ରୁତ ବୋଲର, ତାଙ୍କ ନାଁରେ ରହିଛି ସବୁଠୁ ଅଧିକ ବିଶ୍ୱ କପ୍ ଖେଳିବାର ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଜଭାଗଲ ଶ୍ରୀନାଥ ମଙ୍ଗଳବାର ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୬୯ ଅଗଷ୍ଟ ୩୧ରେ କର୍ଣ୍ଣାଟକର ମହୀଶୂରରେ ଜନ୍ମିତ ଶ୍ରୀନାଥ ଭାରତ ପକ୍ଷରୁ ୬୨ ଟେଷ୍ଟ, ୨୨୯ ଦିନିକିଆ ଖେଳିଛନ୍ତି । ଏହି ସମୟରେ ତାଙ୍କ ନାମରେ ଅନେକ ଖାସ୍ ରେକର୍ଡ ରହିଛି ।

ଅନ୍ତର୍ଜାତୀୟ କ୍ରିକେଟରେ ୫୫୧ ୱିକେଟ୍ ହାସଲ କରିଥିବା ଏହି ପୂର୍ବତନ ଦ୍ରୁତ ବୋଲରଙ୍କୁ ବିସିସିଆଇ, ଆଇସିସି ସହିତ ଅନେକ ବରିଷ୍ଠ କ୍ରିକେଟର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ଶ୍ରୀନାଥଙ୍କ ନାମରେ ଭାରତୀୟ ଦ୍ରୁତ ବୋଲର ହିସାବରେ ସବାଅର୍ଧିକ ବିଶ୍ୱ କପ ଖେଳିବାର ରେକର୍ଡ ରହିଛି । ଶ୍ରୀନାଥ ୧୯୯୨, ୧୯୯୬, ୧୯୯୯ ଓ ୨୦୦୩ ୫୦ ଓଭରର ବିଶ୍ୱ କପରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ।

 

 

ସେ ଭାରତ ପକ୍ଷରୁ ବିଶ୍ୱ କପରେ ୩୪ଟି ମ୍ୟାଚ୍ ଖେଳି ୪୪ ୱିକେଟ୍ ନେଇଛନ୍ତି । ଜଭାଗଲ ଶ୍ରୀନାଥ ଦିନିକିଆରେ ଭାରତ ଦ୍ୱିତୀୟ ସବୁଠୁ ସଫଳ ବୋଲର । ସେ ଭାରତ ପକ୍ଷରୁ ଦିନିକିଆରେ ସବୁଠୁ ଅଧିକ ୱିକେଟ୍ ହାସଲ ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୨୨୯ ଅନ୍ତର୍ଜାତୀୟ ଦିନିକିଆରେ ୩୧୫ ୱିକେଟ୍ ନେଇଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି ଅନିଲ କୁମ୍ବଲେ । ସେ ୨୭୧ଟି ମ୍ୟାଚରେ ୩୩୭ ୱିକେଟ୍ ହାସଲ କରିଛନ୍ତି ।

ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଶ୍ରୀନାଥ ୧୯୯୧ରେ ପାକିସ୍ତାନ ବିପକ୍ଷ ଦିନିକିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ପ୍ରଥମ ମୁକାବିଲାରେ ଖାସ୍ ପ୍ରଦର୍ଶନ କରି ପାରିନଥିଲେ । ସେ ୯ ଓଭରରେ ୩୧ ରନ ଦେଇ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ ।

 

Get real time updates directly on you device, subscribe now.