fbpx

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୋ, ଚାଲିଛି ଚିକିତ୍ସା

ମୁମ୍ବାଇ( ଭାସ୍କର ନ୍ୟୁଜ୍): ବଲିଉଡ ଭେଟେରାନ ଅଭିନେତ୍ରୀ ସାଏରା ବାନୋ ଖରାପ ହେଲା ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଏରା ବାନୋଙ୍କ ସୁଗାରା ଲେବୁଲ ଓ ବ୍ଲଡ ପ୍ରେସର ବଢ଼ିଯାଇଥିବାରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ସୂଚନା ମିଳିଛି ।

ତେବେ ସୂଚନା ଅନୁଯାୟୀ, ପ୍ରାରମ୍ଭିକ ଚିକିତ୍ସାରୁ ଜଣାପଡିଛି ଯେ, ତାଙ୍କ ବ୍ଲଡ ପ୍ରେସର ମଧ୍ୟ ହାଇ ରହିଥିବା ବେଳେ ସୁଗାର ଲେବଲ୍‌ ବଢିଯାଇଛି । ଏହାପରେ ଡାକ୍ତର ତାଙ୍କର ସମସ୍ତ ଟେଷ୍ଟ କରିଛନ୍ତି । ଏବେ ସେ ଡାକ୍ତରଙ୍କ ତତ୍ତ୍ୱବଧାନରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି । ତେବେ କୁହାଯାଉଛି ଯେ, ଦିଲୀପ କୁମାରଙ୍କ ମୃତ୍ୟୁ ପରେ ସାଏରାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନଥିଲା । ଦିଲୀପ ସାହାବଙ୍କୁ ମନେପକାଇ ସେ ସବୁବେଳେ ଦୁଃଖିତ ରହୁଥିଲେ । ତାଙ୍କ ମୃତ୍ୟୁ ଖବର ସେ ସହିପାରି ନଥିଲେ ।

Get real time updates directly on you device, subscribe now.