fbpx

ରାଜଧାନୀ ରାସ୍ତାକଡରୁ ଡେଲିଭରୀ ବୟର ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାସ୍ତାକଡରୁ ଜଣେ ଡେଲିଭରୀ ବୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜୟଦେବ ବିହାରର ବିଜୁ ପଟ୍ଟନାୟକ କଲେଜ ଛକ ପାଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜଗତସିଂହପୁରର ଏହି ଯୁବକ ଜଣକ ଡେଲିଭରୀ ବୟ ଭାବରେ କାମ କରୁଥିଲେ ।

ଭୁବନେଶ୍ୱରର ପାଣ୍ଡରା ଠାରେ ଏହି ଯୁବକ ଜଣକ ରହୁଥିଲେ । ଏକ ଅନଲାଇନା ଡେଲିଭରୀ କମ୍ପାନୀରେ କାମ କରୁଥିବା ଯୁବକଙ୍କ ମୃତ୍ୟୁ କିଭଳି ଘଟିଲା ତାହା ଏଯାଏଁ ଜଣାପଡି ନାହିଁ । ନୟାପଲ୍ଲୀ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି ।

Get real time updates directly on you device, subscribe now.