fbpx

ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୨୦ ଆହତ: ତେହରିକ-ଏ-TALIBANକୁ ଦୋଷ ଦେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର କ୍ୱେଟ୍ଟା ପ୍ରଦେଶରେ ଏକ ମୋଟର ବାଇକରେ ଆସି ସୁଇସାଇଡ ବମ୍ବର ଜଣକ ନିଜକୁ ଉଡାଇ ଦେଇଥିଲେ । ଏହି ଆକ୍ରମଣରେ ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି) ର ସମ୍ପୃକ୍ତି ଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୂଚନା ଦେଇଛନ୍ତି ।

କ୍ୱେଟ୍ଟାର ମାଷ୍ଟଙ୍ଗ ରୋଡରୁ ୨୫ କିମି ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ପାର୍ଲାମେଣ୍ଟାରୀ ଫ୍ରଣ୍ଟିୟର କର୍ପସଙ୍କ ଚେକପୋଷ୍ଟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ସୁଇସାଇଡ ବମ୍ବର ଜଣକ ନିଜ ବାଇକକୁ ଆଣି ଫ୍ରଣ୍ଟିୟର ଗାଡିକୁ ଧକ୍କା ଦେଇଥିଲା । ଏହା ପରେ ବିସ୍ଫୋରଣ ଘଟିବାରୁ ୩ଜଣ ଫ୍ରଣ୍ଟିୟର କର୍ପସ ଯବାନ ନିହତ ହୋଇଥିଲେ । ବିସ୍ଫୋରଣରେ ନିହତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ରାଜଧାନୀ କ୍ୱେଟ୍ଟାରେ ଆକ୍ରମଣ ହେବା ପରେ ବେଲୁଚିସ୍ତାନ ଗୃହମନ୍ତ୍ରୀ ଜିଆଉଲ୍ଲା ଲାଙ୍ଗୋଭ ଏହାକୁ ନିନ୍ଦା କରିଛନ୍ତି । ଏହା ସହିତ ଆକ୍ରମଣ ଉପରେ ରିପୋର୍ଟ ତଲବ କରିଛନ୍ତି ଜିଆ ।

Get real time updates directly on you device, subscribe now.