fbpx

ପାକରେ ମହିଳା ପୋଲିସ୍ କର୍ମୀ ବି ନୂହନ୍ତି ସୁରକ୍ଷିତ, ଅପହରଣ ପରେ ରେପ୍ କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି । ସେଠାରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହନ୍ତି । ସାଧାରଣ ମହିଳା ତ ଦୂରର କଥା ଏଠାରେ ମହିଳା ପୋଲିସ୍ କର୍ମୀ ବି ସୁରକ୍ଷିତ ନୁହନ୍ତି । ନିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ପଞ୍ଜାବର ମୁଜଫରଗଡ଼ ଜିଲ୍ଲାରେ କାମ କରୁଥିବା ଜଣେ ମହିଳା ସବ୍ ଇନସପ୍ଟେକର୍ ଙ୍କ ଜଣେ ବ୍ୟକ୍ତି ଅପହରଣ କରିବା ପରେ ତାଙ୍କ ସହିତ ଅସଦାଚରଣ କରିଥିବା । ଏଥିସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଏହି ମାମଲା ରବିବାର ଦିନ ଘଟିଥିବା ଜଣାପଡ଼ିଛି । ଅଭିଯୁକ୍ତ ବିରୋଧରେ ଏଫଆଇଆର୍ ଦିଆଯାଇଛି ।

ତେବେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଜୋରଜବରଦସ୍ତି ନିଜର କାର୍ ରେ ବସିବାକୁ ବାଧ୍ୟ କରିଥିଲା । ଏହାପରେ ବାଇପାସ୍ ରୋଡ଼ ପାଖରେ ଥିବା ନିଛାଟିଆ ଜାଗାକୁ ନେଇ ସବ୍ ଇନିସ୍ପେକ୍ଟର୍ ଙ୍କ ପିସ୍ତଲ ଛଡ଼ାଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଏହି ମାମଲାରେ ପୋଲିସ୍ ପ୍ରବକ୍ତା ୱସୀମ ଖାନ୍ ଗୋପାଙ୍ଗ କହିଛନ୍ତି ଯେ, ମହିଳା ପୋଲିସ୍ କର୍ମୀଙ୍କୁ ଘାୟଲ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେ ବ୍ୟବହାର କରିଥିବା କାର୍ କୁ ଜବତ କରାଯାଇଛି ।

ତେବେ ମହିଳା ପୋଲିସ୍ ଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଘଟଣା ସାମନାକୁ ଆସିବା ପରେ ଦେଶରେ ମହିଳା ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଅପରାଧ ବଢ଼ୁଛି ସତ କିନ୍ତୁ ସରକାର ସବୁ ଦେଖି ନିରବଦ୍ରଷ୍ଟା ସାଜିଚନ୍ତି ।

Get real time updates directly on you device, subscribe now.