fbpx

ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି, ଦିଲ୍ଲୀ ମେଟ୍ରୋ ବିରୋଧୀ କେସରେ ମିଳିବ ୪୬୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ଋଣ ଜାଲରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି ।  ତାଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଦିଲ୍ଲୀ ମେଟ୍ରୋ(ଡିଏମଆରସି) ବିରୋଧ କେସରେ ମିଳିଛି ବଡ ବିଜୟ । ଏବେ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଦିଲ୍ଲୀ ମେଟ୍ରୋଠୁ ମିଳିବ ମୋଟ୍ ୪୬୦୦ କୋଟି ଟଙ୍କା । ମାମଲାରେ କମ୍ପାନୀ ଦିଲ୍ଲୀ ମେଟ୍ରୋ ବିରୋଧରେ ଚୁକ୍ତି ଭାଙ୍ଗିବା ଅଭିଯୋଗ ଲଗାଇଥିଲା । ଏଥିରେ କମ୍ପାନୀ ୨୮୦୦ କୋଟି ଟଙ୍କାର ଟର୍ମିନେସନ ଫି ମଧ୍ୟ ଦାବି କରିଥିଲା । ଏହା ପରେ ମାମଲା ଅଦାଲତରେ ଦୀର୍ଘ ଦିନ ଧରି ବିଚାରଧୀନ ରହିଥିଲା । ଗୁରୁବାର ସୁପ୍ରିମକୋର୍ଟ କମ୍ପାନୀର ଦାବିକୁ ସଠିକ୍ ଦର୍ଶାଇ ଡିଏମଆରସିକୁ ସୁଧ ଏବଂ କ୍ଷତିପୂରଣ ସହ ଅର୍ଥ ରାଶି ଫେରାଇବାକୁ ଆଦେଶ ଦେଇଛି।

କଣ ଏହି ମାମଲା

ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଓ ଡିଏମ।।ରସି ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସକୁ ବିଲ୍ଡ ଅପରେଟ୍ ଟ୍ରାନ୍ସଫର(ବିଓଟି) ଆଧାରରେ ନିର୍ମାଣ କରିବାକୁ ଚୁକ୍ତି ହୋଇଥିଲା । ତେବେ ରିଲାଏନ୍ସ ଇନଫ୍ରା ଦିଲ୍ଲୀ ମେଟ୍ରୋ ଚୁକ୍ତି ଭାଙ୍ଗିଥିବା ଅଭିଯୋଗ କରିଥିଲା । ଏହି ବାବଦରେ କମ୍ପାନୀ ଟର୍ମିନେସନ ଫି ମଧ୍ୟ ମାଗିଥିଲା । ମାମଲାରେ ଡିଏମଆରସି ଅର୍ବିଟ୍ରେସନ ଟ୍ରାଇବ୍ୟୁନାଲର ସାହାର ନେଇଥିଲା । ହେଲେ ୨୦୧୭ରେ ଅର୍ବିନେସନ ଟ୍ରାଇବ୍ୟୁନାଲ ଡିଏମଆରସି ବିରୋଧରେ ଆଦେଶ ଜାରି କରିଥିଲା । ଟ୍ରାଇବ୍ୟୁନାଲ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ୨୮୦୦ କୋଟିି ଟଙ୍କାର ଅର୍ବିଟ୍ରେସନ ଆୱାର୍ଡ ସହ କ୍ଷତିପୂରଣ ସହ ସୁଧ ଦେବାକୁ ଡିଏମଆରସିକୁ ଆଦେଶ ଦେଇଥିଲା ।

ଏହା ପରେ ୨୦୧୮ରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା । ଏକ ଜଣିଆ ପୀଠ ଟ୍ରାଇବ୍ୟୁନାଲର ଆଦେଶକୁ ସଠିକ୍ ଦର୍ଶାଇଥିଲେ ଏବଂ କ୍ଷତିପୂରଣ ଦେବାକୁ ଡିଏମଆରସିକୁ ଆଦେଶ ଦେଇଥିଲେ । ହେଲେ ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୧୯ରେ ଦିଲ୍ଲୀ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଅର୍ବିଟ୍ରେସନ ଆୱାର୍ଡକୁ ଖାରଜ କରିଥିଲେ । ପୁଣି ଏହି ଆଦେଶକୁ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏବେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶରେ ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛି । କାରଣ ସଂପ୍ରତି ତାଙ୍କର ଦୂରସଞ୍ଚାର କମ୍ପାନୀ ଦେବାଳିଆ ଘୋଷିତ କରାଯିବାର ଦ୍ୱାର ଦେଶରେ ଅଛି ।

Get real time updates directly on you device, subscribe now.