fbpx

କୃଷ୍ଣା ମୁହଁ ମୁଁ ଜୀବନରେ କେବେ ଦେଖିବାକୁ ଚାହୁଁନି: ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା

ମୁମ୍ବାଇ: ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ନିକଟରେ ‘ଦ କପିଲ ଶର୍ମା ଶୋ”କୁ ଅତିଥି ଭାବରେ ଯାଇଥିଲେ । କିନ୍ତୁ କୃଷ୍ଣା ସେହି ଏପିସୋଡର ଶୁଟିଂକୁ ସ୍କିପ୍ କରି ଦେଇଥିଲେ । ତେବେ ଆପଣ ମାନେ ଜାଣିଥିବେ ଯେ, କୃଷ୍ଣା ଓ ତାଙ୍କ ମାମା ଗୋବିନ୍ଦାଙ୍କ ମଧ୍ୟରେ ବିବାଦ ଏବେ ବି ଜାରି ରହିଛି । ତେଣୁ ଗୋବିନ୍ଦା ଯେଉଁ ଏପିସୋଡରେ ଅତିଥି ଭାବରେ ଆସିଥିଲେ ସେହି ଏପିସୋଡରେ ହିଁ କୃଷ୍ଣା ନିଜର ଶୁଟିଂ କରିନଥିଲେ । ଖାଲି ଏବେ ନୁହେଁ ପୂର୍ବରୁ ଅର୍ଥାତ୍ ଗତବର୍ଷ ବି ଯେତେବେଳେ ଗୋବିନ୍ଦା ଦ କପିଲ ଶର୍ମା ଶୋକୁ ଆସିଥିଲେ ସେତେବେଳେ ବି କୃଷ୍ଣା ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଥିଲେ ।

ତେବେ ଏନେଇ କୃଷ୍ଣାଙ୍କୁ ଏକ ଇଣ୍ଟରଭିୟୁରେ ପଚରାଯିବାରୁ ସେ କହିଥିଲେ ଯେ, ଦୁହେଁ ଗୋଟିଏ ଷ୍ଟେଜ୍ ସେୟାର୍ କରିବେ ନାହିାଁ ଅନ୍ୟପଟେ ଏନେଇ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ମୁହଁ ଖୋଲିଛନ୍ତି । ସେ କୃଷ୍ଣାଙ୍କ ଉପରେ ଖପ୍ପା ହୋଇଥିବା ଦେଖିବାକୁ ମିଳିଛି । ସୁନୀତା କୃଷ୍ଣାଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯେ, କୃଷ୍ଣାଙ୍କ ମୁହଁ ସେ ଦେଖିବାକୁ ଚାହାଁନ୍ତି ନାହିଁ ।

ସୁନୀତା ଆହୁଜା କହିଛନ୍ତି ଯେ, “ମୁଁ ଆପଣ ମାନଙ୍କୁ କହିପାରିବିନି ଯେ, କୃଷ୍ଣା ଅଭିଷେକ ସେହି ଏପିସୋଡରେ ଭାଗ ନ ନେବାକୁ ଯାଇ କଣ କଣ କଅଥା କହିଚନ୍ତି ସେଥିରେ ମୁଁ କେତେ ଦୁଃଖିତ । କୃଷ୍ଣା କହିଲେ ଯେ, ଦୁଇଟି ପାର୍ଟି ଷ୍ଟେଜ୍ ସେୟାର୍ କରିପାରିବେ ନାହିଁ । ଗତ ବର୍ଷ ନଭେମ୍ବରରେ ନିଜ ପକ୍ଷ ରଖି ଗୋବିନ୍ଦା କହିଥିଲେ ଯେ, ପବ୍ଲିକ୍ ଙ୍କ ସାମନାରେ ସେ ନିଜର ପକ୍ଷ ରଖିବାକୁ ଚାହାଁନ୍ତି ନାହିଁ । ତେଣୁ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ, ଆମେ ତାଙ୍କ ଠାରୁ ଏକ ଉଚ୍ଚ ଦୂରତା ରଖିବାକୁ ଚାହୁଁଛୁ” ।

Get real time updates directly on you device, subscribe now.