fbpx

ପ୍ରସିଦ୍ଧ ଟିଭି ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମିଳିଲା ଶବ

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲମ୍ ଟିଭି ଅଭିନେତା ରମେଶ ଭାଲିଆସାଲାଙ୍କର ଅତି ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ଚଳଚ୍ଚିତ୍ର ଜଗତରୁ ଏନେଇ ସୂଚନା ଦିଆଯାଇଛି । ନିଜ ବାସଭବନରେ ଝୁଲାନ୍ତା ଅବସ୍ଥା ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହି ଅପ୍ରାକୃତିକ ମୃତ୍ୟୁର ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ରମେଶ ୨ ଦିନ ପୂର୍ବରୁ ନିଜର ନୂଆ ପ୍ରୋଜେକ୍ଟ ପାଇଁ ସୁଟିଂରୁ ଫେରିଥିଲେ । ସେ ରାଜ୍ୟର ସବୁଠାରୁ ଅଧିକ ଲୋକପ୍ରିୟ ଟିଭି ଧାରାବାହିକ ଅଭିନେତାଙ୍କ ମଧ୍ୟରେ ଜଣେ ଥିଲେ । ଟିଭି ବ୍ୟତୀତ ସେ ଫିଲ୍ମ ଜଗତରେ ବି କାମ କରିଛନ୍ତି । ରମେଶ ନିଜର କଲେଜ ଦିନରୁ ସାଙ୍ଗମାନଙ୍କ ସହିତ ନାଟକ କରୁଥିଲେ । ଗତ ୨୨ ବର୍ଷ ଧରି ସେ ଅଭିନୟ କରିଆସୁଥିଲେ । ତାଙ୍କ ବିୟୋଗରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.