fbpx
BSKY
BJD SHG SKY
BJD YOUTH SKY

ପର୍ଣ୍ଣ ସିନେମା ଓ ସେକ୍ସ ଉର୍ଜାର ଠିକ୍ ଉପଯୋଗ

୧. ଭାରତରେ ପ୍ରତିଦିନ ୨୦ କୋଟି ରୁ ଅଧିକ ଲୋକ ମୋବାଇଲ , କମ୍ପ୍ୟୁଟର ଆଉ ଅନ୍ୟ ବିଦ୍ୟୁତ୍ ଉପକରଣରେ ଉତ୍ତେଜନା ପୂର୍ଣ୍ଣ ସିନେମା ଦେଖନ୍ତି ।
୨. ପର୍ଣ୍ଣ ବା ଲଙ୍ଗଳା ସିନେମା ସାମୟିକ ସୁଖ ଦେଇଥାଏ ହେଲେ ବହୁତ୍ ମାନସିକ ଆଉ ମନୋମସ୍ତିଷ୍କକୁ ବିକ୍ଷିପ୍ତ ବା ପାଗଳ କରିଥାଏ ।

୩. ଅଧିକାଂଶ ସମୟ ରେ ଯୁବକ ଆଉ ଯୁବତୀ ତଥା ବିବାହିତ ଦମ୍ପତି ଏହି ପର୍ଣ୍ଣ ସିନେମା ଦେଖନ୍ତି ।

୪. ପର୍ଣ୍ଣ ସିନେମା ଉତ୍ତେଜନା ସହିତ କ୍ରୋଧ ବା ରାଗ ବଢାଇ ଥାଏ । କାରଣ ଅନେକ ସମୟ ରେ ସିନେମା ଦେଖିବା ପରେ ଶରୀର ଉତ୍ତେଜିତ ହୁଏ ହୁଏ ଏହା ପ୍ରଭାବ ମନୁଷ୍ୟ ସେକ୍ସ୍ ସେଣ୍ଟରରେ ବା ମୂଳାଧାରରେ ପଡେ ।
୫. ପର୍ଣ୍ଣ ସିନେମା ଦେଖିବା ପରେ ଅନେକ ଯୁବକ ଯୁବତୀ ହସ୍ତ ମୈଥୁନ କରନ୍ତି । ଯାହା କୃତ୍ରିମ ଥାଏ ଆଉ ଅଭ୍ୟାସରେ ପରିଣତ ହେବା ପରେ ମାନସିକ ବିଶାଦ ଆଡ଼କୁ ଗତି କରେ।

୬. ମନରେ ଉତ୍ତେଜନାକୁ ତେବେ ନିୟନ୍ତ୍ରଣ କରିବେ କିପରି । ହିନ୍ଦୁ ମନ୍ଦିରରେ କାମକ୍ରୀଡା ମୂର୍ତ୍ତି ରହିଛି । ଯଦି ଏହାକୁ ଦେଖିବେ ତେବେ ଏହି ମୂର୍ତି ମୁଁହରେ ଏକ ଦୈବିକ ଆଭା ପାଇବେ । ଯାହା ତୀବ୍ର ଉତ୍ତେଜନା ପୂର୍ଣ୍ଣ ନୁହେଁ । ଏହା ଏକ କଳା । ତେବେ ଏନେଇ ବିଚାର ଅଛି । ଯେବେ କାମନା ବାସନା ମନକୁ ଆସେ ତେବେ ଋଷି ମନିଶି ମନ୍ଦିର ଆସି ଏହି କାମ ମୂର୍ତ୍ତି ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସି ରହୁଥିଲେ ଏବଂ କାମ ଉର୍ଯାକୁ ଉର୍ଦ୍ଧ୍ବ ଗମନ କରୁଥିଲେ । ଆଉ ଏହି ମୂର୍ତ୍ତି ଏକ ଧ୍ୟାନ ମାଧ୍ୟମ ପାଲଟି ଯାଉଥିଲା ।

୭. କାମଶାସ୍ତ୍ର ଏବଂ ତନ୍ତ୍ରରେ କୁହା ଯାଇଛି ଯେ କାମ ଉର୍ଜା ମନୁଷ୍ୟ ଶରୀର ଉତ୍ତମ ଉର୍ଜା । ଏଣୁ ଯେବେ କାମ ଭାବ ମନକୁ ଆସୁଛି ଏବଂ ଉପଯୁକ୍ତ ସାଥୀ ନ ଅଛନ୍ତି ତେବେ ନିଜେ ଏହି ଉର୍ଜା କୁ ସଂପୂଣ୍ଣ ଶରୀରରେ ଅନୁଭବ କରନ୍ତୁ । ନା ଅଧିକ ଉତେଜିତ ନା ଏହାକୁ ଦାବିବାକୁ ଚେଷ୍ଟା କରନ୍ତୁ । ନିଜ ନିଶ୍ବାସ ଆଉ ପ୍ରଶ୍ଵସ ଉପରେ ଧ୍ୟାନ ରଖନ୍ତୁ । ଏହି ସେକ୍ସ ଶକ୍ତି ଆପଣଙ୍କ ଶରୀରକୁ ଆହୁରି ଅଧିକ ସନ୍ତୁଳିତ କରିବ ।

୮. ସେକ୍ସ୍ ଶକ୍ତି ମନୁଷ୍ୟ ଶରୀରର ଏକ ପ୍ରଚଣ୍ଡ ଶକ୍ତି ହେଲେ , ଏହାର ଉପଯୋଗ ଏକ ସାଧନ । ପର୍ଣ୍ଣ ସିନେମା ଦେଖି ନିଜକୁ କିଛି ସମୟ ଭୁଲିବା ସରଳ ହେଲେ ଏହା ବାକି ସମୟ ଖରାପ୍ କରିଦିଏ । ହେଲେ ନିଷ୍ପତି ଆମର ।

୯. କାମ ସୁଖ ପାଇଁ ମନୁଷ୍ୟ ନିଜ ଇନ୍ଦ୍ରିୟ ଉପରେ ନିର୍ଭର କରେ ହେଲେ ସାଧନା ସୁଖ ତେବେ ମିଳି ପାରିବ ସେବେ ଆମେ ନିଜ ଶରୀର ରେ ଆସୁଥିବା କାମନା ତରଙ୍ଗ ବା କରେଣ୍ଟ କୁ ସ୍ବୀକାର କରି ତା ସହ ମୈତ୍ରୀ ସାଧନ ବା ବନ୍ଧୁତ୍ୱ ସାଧନ କରି ପାରିବା ।

Get real time updates directly on you device, subscribe now.