fbpx

ଆଫଗାନୀଙ୍କ ସେନାଙ୍କ ମୁଣ୍ଡ କାଟି ସେଥିରେ ଉତ୍ସବ ମନେଇଲେ ତାଲିବାନୀ ଆତଙ୍କବାଦୀ, ଭିଡିଓ ଭାଇରାଲ୍

କାବୁଲ: ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନରେ ନିଜର ମନମୁଖୀ ଶାସନ ଚଳାଇଛନ୍ତି । ସତ୍ତାକୁ ଆସିବା ପରେ ସେମାନଙ୍କ କ୍ରୁର ଚେହେରା ଏବେ ସାମନାକୁ ଆସିଛି । ମିଡିଆ ରିପୋର୍ଟ ମୁତାବକ, ତାଲିବାନୀ ମାନେ ଜଣେ ଆଫଗାନୀ ସେନାକୁ ଧରିବା ପରେ ତାଙ୍କର ଶରୀରରୁ ମୁଣ୍ଡ କୁ ଅଲଗା କରିଦେଇଛନ୍ତି । ତେବେ ଏହାର ଏକ ୩୬ସେକେଣ୍ଡର ଭିଡିଓ ସାମନାକୁ ଆସିଛି । ଏହି ଭିଡିଓକୁ ପ୍ରାଇଭେଟ୍ ତାଲିବାନ୍ ଚାଟ୍ ରୁମ୍ ରେ ପୋଷ୍ଟ କରାଯାଇଛି । ଭିଡିଓଟି ଏକ ସପ୍ତାହ ତଳର ବୋଲି କୁହାଯାଉଛି । ତେଣୁ ଭିଡିଓଟି କେବେ ହୋଇଛି ସେନେଇ କିଛି ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅଗଷ୍ଟ ୧୭ ତାରିଖରେ ତାଲିବାନୀ ମାନେ ମହିଳା ମାନଙ୍କ ସୁରକ୍ଷା ଓ ନାଗରିକଙ୍କୁ ସୁରକ୍ଷା ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ୬ ଜଣ ତାଲିବାନୀ ଆତଙ୍କବାଦୀ ଆଫଗାନୀ ସେନାଙ୍କୁ ଘେରି ଯାଇଛନ୍ତି । ତାଙ୍କୁ ତଳେ ଶୁଆଇ ଦେଇଛନ୍ତି ଓ ସେଠାରୁ ତାଙ୍କ ମୁଣ୍ଡକୁ ଉପରକୁ ଉଠାଉଛନ୍ତି । ସେଥିରେ ଥିବା ୫ ଜଣ ତାଲିବାନୀଙ୍କ ପାଖରେ ରାଇଫଲ୍ ଥିବା ଦେଖିବାକୁ ମିଳିଛି ଏବଂ ୬ ନମ୍ବର ଆତଙ୍କବାଦୀ ଙ୍କ ହାତରେ ଚାକୁ ରହିଛି । ଆଉ ୭ନମ୍ବର ବ୍ୟକ୍ତି ଜଣକ ଏହି ସମୟର ଭିଡିଓ ଇତ୍ତୋଳନ କରୁଛି । ମୁଣ୍ଡକୁ ଧରି ତାଲିବାନୀ ପ୍ରମୁଖଙ୍କ ନାମରେ ନାରା ଦେଉଛନ୍ତି ।

 

Get real time updates directly on you device, subscribe now.