fbpx

ଗାର୍ଲ୍ସ ହୋଷ୍ଟେଲରେ ବୁର୍କା ପିନ୍ଧିବାର ଫରମାନ ଜାରି, ଛାତ୍ରୀ କହିଲେ- ସରିଆ ଆଇନ ମାନି ପାରିବୁ ନାହିଁ

ଭାଗଲପୁର : ବିହାରର ଭାଗଲପୁର ସ୍ଥିତ ଏକ ଗାର୍ଲ୍ସ ହୋଷ୍ଟେଲରେ ସଂଖ୍ୟାଲଘୁ ସମୁଦାୟର ଛାତ୍ରୀଙ୍କ ପାଇଁ ବୁର୍କା ପିନ୍ଧିବାକୁ ଫରମାନ ଜାରି କରାଯାଇଛି । ଏହାକୁ ନେଇ ହୋଷ୍ଟେଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ଛାତ୍ରୀମାନେ ହୋଷ୍ଟେଲ ପର୍ଯ୍ୟବେକ୍ଷକଙ୍କ କ୍ୟାମ୍ପସ ପରିସରରେ ବୁର୍କା ପିନ୍ଧିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ଏପରିକି ଛାତ୍ରୀମାନେ ହୋଷ୍ଟେଲ ଗେଟ୍ ଉପରେ ପଥରମାଡ ମଧ୍ୟ କରିଛନ୍ତି । ସେମାନଙ୍କ କହିବା କଥା ସରିଆ ଆଇନକୁ ସେମାନେ ବରଦାସ୍ତ କରି ପାରିବେ ନାହିଁ । ଜଣେ ଛାତ୍ରୀ କହିଛନ୍ତି, ଯେବେ ଆମେ ପ୍ୟାଣ୍ଟ ପିନ୍ଧୁ ଅଧୀକ୍ଷକ ଛାତ୍ରୀଙ୍କୁ ଗାଳି ଦିଅନ୍ତି । ସେମାନେ ଆମ ବାପା-ମାଙ୍କୁ ମଧ୍ୟ ଭୁଲ୍ ସୂଚନା ଦିଅନ୍ତି ଯେ, ଆମେ ପୁଅ ମାନଙ୍କ ସହ ବୁଲା ବୁଲି ଏବଂ କଥାବାର୍ତ୍ତା ହେଉଛୁ ।

ଜଣେ ପିଚଏଡି ଛାତ୍ରୀଙ୍କ କହିବା କଥା ବିହାରରେ ଗରମ ସମୟରେ ବୁର୍କା ପିନ୍ଧିବା ସହଜ ନୁହେଁ । ଏହି କାରଣରୁ ଆମେ ବେଳେ ବେଳେ ପରିସରରେ ପ୍ୟାଣ୍ଟ ଏବଂ ଟି ସାର୍ଟ ପିନ୍ଧିଥାଉ । ଯେବେ ଅଧୀକ୍ଷକ କୌଣସି ଛାତ୍ରୀଙ୍କୁ ଏମିତି ବେଶରେ ଦେଖି ନିଅନ୍ତି ଆମକୁ ଖୁବ୍ ଗାଳି କରନ୍ତି । ଘଟଣାର ସୂଚନା ମିଳିବା ମାତ୍ରେ ନାଥ ନଗରର ସର୍କଲ ଅଫିସର ପୋଲିସ ଟିମ୍ ସହ ଗାର୍ଲ୍ସ ହୋଷ୍ଟେଲ ପହଞ୍ଚି ମାମଲାକୁ ସମ୍ଭାଳିଛନ୍ତି ।

 

Get real time updates directly on you device, subscribe now.