fbpx

ଚୀନରେ ପୁଣି ମାଡ଼ିଗଲା କରୋନା, ଫେରିଲା ଲକଡାଉନ୍

ଜିଆମେନ୍: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମାଡ଼ିଯାଇଛି କରୋନା । ଯାହାଫଳରେ ଚୀନର ଜିଆମେନ୍ ସହରକୁ ପୁଣି ଥରେ ଲକଡାଉନ୍ କରାଯାଇଛି । ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଆମେନ୍ ସହରରେ ମାଡ଼ିଛି କରୋନା । ଏକାଧିକ ପଜିଟିଭ ଚିହ୍ନଟ ପରେ ଲକ ଡାଉନ୍ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଚିହ୍ନଟ ସମସ୍ତ ପଜିଟିଭ ଡେଲ୍ଟା ଭାରିଆଣ୍ଟ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ପୁତିୟାନ ସହରରେ ବି କରୋନା ମାମଲା ବଢ଼ିବାରେ ଲାଗିଛି । କରୋନା କାରଣରୁ ସେଠାରେ ସମସ୍ତ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି । ସହରରୁ ବାହାରକୁ ଯାଉଥିବା ବ୍ୟକ୍ତିକୁ ୪୮ ଘଣ୍ଟା ପୂର୍ବରୁ ଯାଞ୍ଚ କରିବା ବାଧ୍ୟତାମୂଳକ ହେବା ସହିତ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ଯିବାକୁ ଅନୁମତି ମିଳୁଛି । ସହରରେ ଶନିବାର ଦିନ ବସ୍ ଓ ଟ୍ରେନ୍ ସେବା ବନ୍ଦ କରିବା ସହ ସିନେମା, ବାର ଆଦି ବନ୍ଦ କରାଯାଇଛି ।

Get real time updates directly on you device, subscribe now.