fbpx

ଟୁଥପେଷ୍ଟ ଭାବି ମୂଷା ମାରିବା ଔଷଧରେ ଦାନ୍ତ ଘଷିଲେ ଯୁବତୀ, ତାପରେ…

ମୁମ୍ବାଇ: ଟୁଥପେଷ୍ଟ ଭାବି ଯୁବତୀ ର୍ୟାଟ୍ କିଲର୍ ବା ମୂଷା ମରାଯାଉଥିବା ଔଷଧରେ ଦାନ୍ତ ଘଷି ପ୍ରାଣ ହରାଇଛନ୍ତି । ଏଭଳି ଏକ ଖବର ଶୁଣିବାକୁ ମିଳିଛି ମୁମ୍ବାଇର ଧାରାବୀ ଅଞ୍ଚଳରୁ । ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ ପେଷ୍ଟ୍ ଖୋଜିବା ଚକରରେ ର୍ୟାଟ୍ କିଲର୍ ରେ ଦାନ୍ତ ଘଷି ପ୍ରାଣ ହରାଇଛନ୍ତି । ମୃତକଙ୍କ ନାମ ଅଫସାନା ଖାନ୍ ଥିଲା । ପୋଲିସ୍ ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ।

ଏହି ଘଟଣା ଚଳିତ ମାସ ୩ ତାରିଖରେ ଘଟିଥିବା ପୋଲିସ୍ କହିଛି । ସେ କହିଛି ଯେ, ସବୁଦିନ ପରି ଅଫସାନା ଦାନ୍ତ ଘଷିବା ପାଇଁ ଆସିଥିଲେ । ହେଲେ ଟୁଥପେଷ୍ଟ ପାଖରେ ଥିବା ମୂଷା ମାରିବା ପାଇଁ କ୍ରିମ୍ କୁ ବ୍ରସ୍ ରେ ଲଗାଇଥିଲେ । ଯେତେବେଳେ ପାଟିରେ ଘଷିବାକୁ ଆରମ୍ଭ କରିଥିଲେ, ସେ ସ୍ୱାଦ ଓ ବାସନାରେ ଅନ୍ତର ଅନୁଭବ କରିଥିଲେ । ସେ ସଙ୍ଗେ ସଙ୍ଗେ ପାଟି ଧୋଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଥରୁମ୍ ରେ ତାଙ୍କ ମୁଣ୍ଡ ବୁଲାଇଥିଲା ।

ତେବେ ଯୁବତୀ ଜଣକ ଘର ଲୋକଙ୍କ ଠାରୁ ଗାଳି ଶୁଣିବା ଭୟରେ ଏ କଥା ଲୁଚାଇ ରଖିଥିଲା । କିନ୍ତୁ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ତିନିଟି ପ୍ରାଇଭେଟ୍ ହସ୍ପିଟାଲ ଓ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ଘରେ ପାଟିକରିବାକୁ ସେ ଘର ଲୋକଙ୍କୁ ଜଣାଇଥିଲା । ଆଉ ବଞ୍ଚାଇବାକୁ ଖୁବ୍ ଚେଷ୍ଟା କରାଯିବା ପରେ ବି ସେ ଆଖି ବୁଜିଥିଲା ।

 

Get real time updates directly on you device, subscribe now.