fbpx

ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର(ଓଡ଼ିଶା ଭାସ୍କର) : ବର୍ଷା ଯୋଗୁଁ ଜଳସ୍ତର ପୁଣି ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୭.୧୮ ମିଟର ରହିଛି ।

ସେହିପରି ବାହାର୍ଦ୍ଦ ଚଟାଣ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଏହାଫଳରେ ଜାତୀୟ ରାଜପଥକୁ ଗମନାଗମନ ବ୍ୟାହତ ହୋଇଛି । ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ ପଞ୍ଚାୟତ ଏବେ ପାଣି ଘେରରେ ରହିଛି ।

Get real time updates directly on you device, subscribe now.