fbpx

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ଏକ ନମ୍ବର ସ୍ଥାନରେ ମିଥାଲି…

ଦୁବାଇ: ଭାରତୀୟ ମହିଳା ସୀମିତ ଓଭର କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖି ପାରିଛନ୍ତି । ଗତକାଲି ଅନୁଷ୍ଠିତ ଅଷ୍ଟ୍ରେଲିଆ ମହିଳା ଦଳ ବିକ୍ଷ ଚଳିତ ଦିନିକିଆ ସିରିଜରେ ଭାରତ ହାରି ଯାଇଥିଲେ ହେଁ ମିଥାଲି ୬୧ ରନ କରିବା ଫଳରେ ଆଇସିସି ମାନ୍ୟତାରେ ତାଙ୍କର ଏକ ନମ୍ବର ସ୍ଥାନ ସୁରକ୍ଷିତ ରହିଛି । ଗତ ସପ୍ତାହରେ ମିଥାଲିଙ୍କ ସହିତ ଦକ୍ଷିଣ ଆଫ୍ରିକା ମହିଳା ଦଳର ଲିଜେଲି ଲି ଆଇସିସି ବ୍ୟାଟିଂ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲେ । ମାତ୍ର ମିଥାଲି ଅଷ୍ଟ୍ରେଲିଆ ବିକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଫଳରେ ଲିଜଲେ ଲି ୧ ପଏଣ୍ଟ ପଛରେ ପଡି ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ସେହିରି ମିଥାଲି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ପ୍ରଥମ ଖେଳାଳି ଭାବେ ୨୦ ହଜାର ରନ ପୂରଣ କରିଛନ୍ତି ।

Get real time updates directly on you device, subscribe now.