fbpx

ଆପଣ ୧୦, ୧୫ ନା ୨୦….. କେତେ ବର୍ଷରେ କୋଟିପତି ହେବାକୁ ଚାହାନ୍ତି, ଏହା ହେଉଛି ନିବେଶ କରିବାର ଫର୍ମୂଲା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ସମୟ ମଧ୍ୟରେ ପୁଳା ପୁଳା ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ସେଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ସେଥିମଧ୍ୟରୁ ନିବେଶ ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ । ଏହାଦ୍ୱାରା ଆପଣ ଚାହିଁଲେ ୧୦ରୁ ୧୫ ବର୍ଷ ମଧ୍ୟରେ କୋଟିପତି ହୋଇପାରିବେ । ଅଧିକାଂଶ ଲୋକ ନିଜ ରୋଜଗାରର ସିଂହଭାଗ ରାଶି ଖର୍ଚ୍ଚ କରିଦେଇଥାନ୍ତି । ଫଳରେ ସେମାନଙ୍କ ପାଖରେ ନିବେଶ କରିବାକୁ ଆଉ ଅର୍ଥ ବଳକା ରହିନଥିବାରୁ ସେମାନେ ନିଜର ଲକ୍ଷ୍ୟ ହାସଲ କରିପାରି ନଥାନ୍ତି ।

୧- ଆପଣ ଚାହିଁଲେ ଛୋଟ ଆମାଉଣ୍ଟରୁ ନିବେଶ ଆରମ୍ଭ କରିପାରିବେ, ମାତ୍ର ଏହା ଜାରି ରଖିପାରିଲେ ତାହାର ବେନିଫିଟ୍ ପାଇପାରିବେ । ମ୍ୟୁଚୁଆଲ ଫଣ୍ଡରେ ଆପଣ ଏସଆଇପି ଜରିଆରେ ବଡ଼ ଲକ୍ଷ୍ୟ ହାସଲ କରିପାରିବେ । ଗତ ଦୁଇ ଦଶନ୍ଧି ମଧ୍ୟରେ ମ୍ୟୁଚୁଆଲ ଫଣ୍ଡରୁ ଶାନଦାନ ରିଟର୍ଣ୍ଣ ମିଳିଥିବା ଦେଖାଯାଇଛି ।

୨- ଯଦି ଆପଣ ୧୦ ବର୍ଷ ମଧ୍ୟରେ କୋଟିପତି ହେବାକୁ ଚାହାନ୍ତି, ତେବେ ମାସିକ ୩୬ ହଜାର ଟଙ୍କା ନିବେଶ କରିପାରିବେ । ୧୫ ପ୍ରତିଶତ ସୁଧ ହିସାବରେ ୧୦ ବର୍ଷ ନିବେଶରେ ଏହା ୧ କୋଟିରୁ ଅଧିକ ହେବ । ଏହି ୧୦ ବର୍ଷରେ ଆପଣ ୪୩ ଲକ୍ଷ ନିବେଶ କରି ୫୭ ଲକ୍ଷରୁ ଅଧିକ ଟଙ୍କା ରିଟର୍ଣ୍ଣ ପାଇପାରିବେ ।

୩- ୧୫ ବର୍ଷରେ କୋଟିପତି ହେବାକୁ ଚାହୁଁଥିବା ଲୋକମାନେ ଅତିକମରେ ମାସକୁ ୧୫ ହଜାର ନିବେଶ କରିବାକୁ ହେବ, ଯେଉଁଥିରେ କି ୧୫ ପ୍ରତିଶତ ରିଟର୍ଣ୍ଣ ମିଳିବ । ଯଦି ୧୨ ପ୍ରତିଶତ ରିଟର୍ଣ୍ଣ ମିଳେ, ତେବେ ୨୦ ହଜାର ନିବେଶ କରିବାକୁ ହେବ । ୧୫ ବର୍ଷ ନିବେଶକ ମାତ୍ର ୩୬ ଲକ୍ଷ ଟଙ୍କା ଇନଭେଷ୍ଟ କରିଥିବା ବେଳେ ୬୪ ଲକ୍ଷ ଟଙ୍କାର ଲାଭ ପାଇବ । ଏହିପରି ଭାବେ ମୋଟ ୧ କୋଟିରୁ ଅଧିକ ଟଙ୍କା ନିବେଶକକୁ ମିଳିବ ।

୪- ଆପଣ ମାସିକ ୬୬୦୦ ଟଙ୍କା ଏସଆଇପି କରି ୨୦ ବର୍ଷ ପରେ ଏକ କୋଟି ପାଇପାରିବେ । ୧୫ ପ୍ରତିଶତ ରିଟର୍ଣ୍ଣକୁ ହିସାବ କଲେ ଆପଣ ୧୫ ଲକ୍ଷ ଟଙ୍କା ନିବେଶ କରି ୮୪ ଲକ୍ଷରୁ ଅଧିକ ପାଇବେ । ଯଦି ଆପଣ ମାସିକ ୯ ହଜାର ଟଙ୍କା ନିବେଶ କରିବେ, ତେବେ ୧୨ ପ୍ରତିଶତ ସୁଧ ପାଇପାରିବେ ।

୫- ଏହାଛଡ଼ା ଆପଣ ମାସିକ ୧୫୦୦ ଟଙ୍କା ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରି କୋଟିପତି ହୋଇପାରିବେ । ଆପଣ ୧୫ ପ୍ରତିଶତ ସୁଧରେ କୋଟିଏରୁ ଅଧିକ ଟଙ୍କା ପାଇପାରିବେ । ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ପୂର୍ବରୁ ଫଣ୍ଡ ଚୟନ କରିବା ହେଉଛି ସବୁଠାରୁ ଜରୁରୀ କାର୍ଯ୍ୟ । ଛୋଟ ନିବେଶକଙ୍କ ପାଇଁ ଫଣ୍ଡ ଚୟନ କରିବା ସବୁଠାରୁ କାଠିକାର ପାଠ ହୋଇଥାଏ । ତେଣୁ ନିବେଶ ପୂର୍ବରୁ ଅର୍ଥ ପରାମର୍ଶଦାତାଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.