fbpx

ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ: ସପ୍ତମ ବିଜୟ ସହିତ ପଏଣ୍ଟ ଟେବଲ ଶୀର୍ଷରେ ଦିଲ୍ଲୀ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣରେ ନିଜର ସପ୍ତମ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମାତ୍ର ୧୩୫ ରନର ପିଛା କରୁଥିବା କ୍ୟାପିଟାଲ୍ସ ୨ ୱିକେଟ ହରାଇ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ଅପରାଜିତ ୪୭ ଓ ଶିଖର ଧୱନ ୪୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଋଷଭ ପନ୍ତ ରନରେ ଅପରାଜିତ ରହିଥିଲେ । ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ଓ ଖଲିଲ ଅହମଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହିତ ୯ଟି ମ୍ୟାଚରୁ ୭ମ ବିଜୟ ସହିତ ଦିଲ୍ଲୀ ପଏଣ୍ଟ ଟେବଲ ଶୀର୍ଷରେ ପହଞ୍ଚିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ସମାନ ସଂଖ୍ୟକ ପରାଜୟ ସହିତ ପଏଣ୍ଟ ଟେବଲରେ ସବୁଠୁ ତଳେ ରହିଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପ୍ରଥମ ଓଭରରେ ନିର୍ଭରଯୋଗ୍ୟ ଡେଭିଡ ୱାର୍ଣ୍ଣର(୦)ଙ୍କ ୱିକେଟ ହରାଇଥିଲା । ରିଦ୍ଧିମାନ ଶାହା ଏବଂ କେନ ୱଲିୟମସନ୍ ପ୍ରତ୍ୟେକ ୧୮ ରନ ଲେଖାଏଁ ସଂଗ୍ରହ କରିଥିଲେ । ମଧ୍ୟକ୍ରମରେ ମନୀଷ ପାଣ୍ଡେ (୧୭) ଏବଂ କେଦାର ଯାଦବ(୩) ବିଫଳ ହୋଇ ଦଳକୁ ସଙ୍କଟରେ ପକାଇଥିଲେ । ଶେଷ ଆଡକୁ ଅବଦୁଲ ସମାଦ(୨୮) ଏବଂ ରାଶିଦ ଖାନ(୨୨)ଙ୍କ ଉପଯୋଗୀ ଅବଦାନ ଫଳରେ ହାଇଦ୍ରାବାଦ ୧୩୦ ରନ୍ ପାର କରିଥିଲା । ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ ୱିକେଟ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ଏବଂ ଆନିର୍କ ନର୍ଜେ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.