fbpx

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଦିଙ୍କ ଟ୍ୱିଟ୍

ନୂଆଦିଲ୍ଲୀ, ୨୪ା୨: ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସୁଛନ୍ତି । ତାଙ୍କ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଆପଣଙ୍କୁ ସାରା ଦେଶ ଅପେକ୍ଷା କରିଛି । ଏହାସହ ଖୁବଶୀଘ୍ର ଅହମଦାବାଦରେ ସାକ୍ଷାତ ହେବ । ଆପଣଙ୍କ ଗସ୍ତ ଦୁଇ ଦେଶର ବନ୍ଧୁତ୍ୱକୁ ଆହୁରି ମଜଭୂତ କରିବ ବୋଲି ମୋଦି ତାଙ୍କ ଟ୍ୱିଟର ମାଧ୍ୟମରେ ଲେଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କ ସହ ଆଜିଠାରୁ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଦିନ ୧୧ଟା ୪୫ରେ ଅହବଦାବାଦ ବିମାନ ବନ୍ଦରରେ ଟ୍ରମ୍ପଙ୍କ ପହଞ୍ଚିବା ନେଇ ସୂଚନା ରହିଛି । ତାଙ୍କର ସ୍ୱାଗତ ପାଇଁ ଦିନ ୧୧.୧୦ରେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ । ବିମାନ ବନ୍ଦରରୁ ଗାନ୍ଧି ଆଶ୍ରମ ଯାଏ ରୋଡ଼ ସୋ କରିବେ ଉଭୟ ନେତା । ଏହାପରେ ଗାନ୍ଧି ଆଶ୍ରମରେ ୧୦ମିନିଟ ରହି ମୋଟେରା ଷ୍ଟାଡ଼ିଅମ ଯାଏ ଯିବେ । ପରେ ଷ୍ଟାଡ଼ିଅମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ହେବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.