ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ ।
ଏହାରି ମଧ୍ୟରେ UIDAI ଗ୍ରାହକଙ୍କ ପାଇଁ ଆଧାର ଯାଞ୍ଚ ପରିମାଣକୁ ୨୦ ରୁ ୩ ଟଙ୍କାକୁ ହ୍ରାସ କରିଛି । ଏନପିସିଆଇ-ଆଇଏଏମଏ ପକ୍ଷରୁ ଆୟୋଜିତ ଗ୍ଲୋବାଲ୍ ଫିଣ୍ଟେକ୍ ଫେଷ୍ଟକୁ ସମ୍ବୋଧିତ କରି ଏହାର ସୂଚନା ଦେଇଛନ୍ତି UIDAIର ସିଇଓ ସୌରଭ ଗର୍ଗ ।
ସୌରଭ ଗର୍ଗ କହିଛନ୍ତି, ଆମେ ପ୍ରତି ଭେରିଫିକେସନ ହାରକୁ ୨୦ ରୁ ୩ ଟଙ୍କାକୁ ହ୍ରାସ କରିଛୁ । ଏହା ଦ୍ଵାରା ବିଭିନ୍ନ ଏଜେନ୍ସି ଓ ଅନୁଷ୍ଠାନ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଡିଜିଟାଲ୍ ଭିତ୍ତିଭୂମିର ଉତ୍ତମ ବ୍ୟବହାର କରିପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି ।’