fbpx

ଭୋଟ ଦେଲେ ମମତା; ଅପରାହ୍ନ ୩ଟା ସୁଦ୍ଧା ଭବାନୀପୁରରେ ୪୮ ପ୍ରତିଶତ ମତଦାନ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁରରେ ହେଉଥିବା ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଧୀରେ ଧୀରେ ବଢିବାରେ ଲାଗିଛି । ଅପରାହ୍ନ ୩ଟା ସୁଦ୍ଧା ଭୋଟିଂ ପ୍ରତିଶତ ୪୮.୦୮ ପ୍ରତିଶତ ରହିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ମତଦାନ ହାର ଅତ୍ୟନ୍ତ ଧୀମା ରହିଥିଲା । ତେବେ ଅପରାହ୍ନକୁ ଏହି ହାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ସମସେରଗଞ୍ଜରେ ସର୍ବାଧିକ ୭୨.୪୫ ପ୍ରତିଶତର ଭୋଟ ଗ୍ରହଣ ହୋଇଥିବା ବେଳେ ଜାଙ୍ଗିପୁରରେ ୬୮.୧୭ ପ୍ରତିଶତ ମତଦାନ ହୋଇଛି ।
ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଭବାନୀପୁରରୁ ନିର୍ବାଚନ ଲଢୁଥିବା ମମତା ବାନାର୍ଜୀ ଭୋଟ ଦେଇ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ପ୍ରାୟ ୩.୧୫ ସମୟରେ ମମତା ଭବାନୀପୁରରେ ନିଜର ଭୋଟ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.