କଂଗ୍ରେସର ଖରାପ ସ୍ଥିତି ପାଇଁ ଗାନ୍ଧୀ ପରିବାର ଦାୟୀ- ନଟବର ସିିଂହ
ନୁଆଦିଲ୍ଲୀ: କଂଗେସର ଖରାପ ସ୍ଥିତି ପାଇଁ ଗାନ୍ଧୀ ପରିବାରକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ନଟବର ସିିଂହ । ନଟବର ସିଂହ କଂଗ୍ରେସର ପାର୍ଟିୀର ସ୍ଥିତିପାଇଁ ପାର୍ଟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଦଳରେ ଏହି ତିନି ଜଣଙ୍କ ଛଡ଼ା ଆଉ କେହି ନେତା ନାହାଁନ୍ତି, କେହି ଏମାନଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଉନାହାନ୍ତି ।
କଂଗ୍ରେସର ପୂର୍ବତନ ନେତା ନଟବର ସିଂହଙ୍କୁ ନିକଟରେ ପଞ୍ଜାବରେ ହୋଇଥିବା ରାଜନୈତିକ ପରିବର୍ତ୍ତନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ପଞ୍ଜାବରେ ଯାହା ହେଲା ତାହା ହେବାର ନଥିଲା । ସେ କହିଛନ୍ତି ଦେଶକୁ ଏହି ସମୟରେ ଏକ ମଜବୁତ ବିରୋଧୀ ଦଳର ଆବଶ୍ୟକ ରହିଛି କିନ୍ତୁ କଂଗ୍ରେସ ଦଳ ଏଥିପାଇଁ କିଛି କରୁନାହିଁ । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯାହା ପାଖରେ କୌଣସି ପଦ ନାହିଁ ସେ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ହଟାଇବାର ନିଷ୍ପତ୍ତି ନେଲେ ।
ନଟବର ସିଂହଙ୍କ ବୟାନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପଞାବ ବିଧାନସଭାର ଠିକ୍ ପୂର୍ବରୁ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି ଯେ ସେ କଂଗ୍ରେସ ଛାଡ଼ିବେ । ତାଙ୍କର ଏହି ଘୋଷଣା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ସହ ଅମରିନ୍ଦର ସିଂହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ବିଜେପିର ଯୋଗ ଦେଉନାହାଁନ୍ତି । ଏମିତିରେ କୁହାଯାଉଛି ସେ ଏକ ନୂଆ ଦଳ ଗଠନ କରିପାରନ୍ତି ।