fbpx

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ୍ ସାର୍ଟିଫକେଟ୍, ୩୦ଟି ଜିଲ୍ଲା ପାଇଁ ୩୦ଟି କେନ୍ଦ୍ରର ବ୍ୟବସ୍ଥା

କଟକ (ଭାସ୍କର ନ୍ୟୁଜ୍‌): ଓଡିଶା ମାଧ୍ୟମିକ ଶିକ୍ଷାପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି । ସମସ୍ତ ସ୍କୁଲଗୁଡିକର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ସାର୍ଟିଫିକେଟ ନେଇପାରିବେ । ମାଟ୍ରିକ ସାର୍ଟିଫିକେଟରେ ଯଦି କୈାଣସି ତୃଟି ଥାଏ, ତାହା ବୋର୍ଡ ପକ୍ଷରୁ ସଂଶୋଧନ କରାଯିବ । ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଫିସ ଦାଖଲ କରି ସଂଶୋଧନ କରିପାରିବେ । ସଂଶୋଧନ ପାଇଁ ଆବେଦନର ଶେଷ ତାରିଖ ଅକ୍ଟୋବର ୩୦ ତାରିଖ ରହିଛି ।

ରାଜ୍ୟରେ ଥିବା ୩୦ଜିଲ୍ଲା ପାଇଁ ୩୦ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସମସ୍ତ ଜୋନାଲ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଗତସିଂହପୁରର ଏସ କେ ଏକାଡେମୀ, କେନ୍ଦ୍ରାପଡାର ରତ୍ନାକର ହାଇସ୍କୁଲ, ଦୁହୁରିଆ, ଯାଜପୁରର ଜିଲ୍ଲା ସ୍କୁଲ, ଅନୁଗୁଳର ଡିଇଓଙ୍କ କାର୍ଯ୍ୟାଳୟ, ଢେଙ୍କାନାଳର ବିବି ହାଇସ୍କୁଲ,ପୁରୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଦାର ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟ, ନୟାଗଡର ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ୱରର ବୋର୍ଡର ଜୋନାଲ ଅଫିସ, ଭଦ୍ରକର ଜିଲ୍ଲା ସ୍କୁଲ, କେନ୍ଦୁଝରର ଏନ.ସି ପୁଲିସ ହାଇସ୍କୁଲ, ମୟୁରଭଞ୍ଜର ଏମକେସି ହାଇସ୍କୁଲ, ଗଜପତିର ଡିଇଓଙ୍କ କାର୍ଯ୍ୟାଳୟ ଗଞ୍ଜାମର ବୋର୍ଡର ଜୋନ ଅଫିସ, ବୈାଦ୍ଧର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, କନ୍ଧମାଳର ଡିଇଓଙ୍କ ଅଫିସ, ନୂଆପଡାର ଜାତୀୟ ଉଚ୍ଚ ବିଦ୍ୟାଳୟ, ବରଗଡର ଜଜ ହାଇସ୍କୁଲ, ସମ୍ବଲପୁରର ବୋର୍ଡର ଜୋନ କାର୍ଯ୍ୟାଳୟ, ଦେବଗଡର ଆର୍‌.ବି.ଡି.ହାଇସ୍କୁଲ, ଝାରସୁଗୁଡାର ଡିଇଓଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁରର ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗିରର ପିଆର ହାଇସ୍କୁଲ, ସୁନ୍ଦରଗଡର ବି.ଏସ୍‌.ହାଇସ୍କୁଲ, କୋରାପୁଟର ବୋର୍ଡର ଜୟପୁରସ୍ଥିତ ଜୋନାଲ ଅଫିସ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାର ଜିଲ୍ଲାର ଡିଇଓଙ୍କ କାର୍ଯ୍ୟାଳୟରେ ମାଟ୍ରିକ୍‌ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.