fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବା ପରି ନେତା କଂଗ୍ରେସରେ ଜଣେ ହେଲେ ନାହାନ୍ତି: ପୂର୍ବତନ ବିଦେଶ ମନ୍ତ୍ରୀ ନଟବର ସିଂହ

ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ପାର୍ଟିରେ ପୁଣି ଥରେ ନେତୃତ୍ୱ ପରିବର୍ତ୍ତନର ଦାବି ଜୋର ଧରିଛି । ଅନେକ ବରିଷ୍ଠ ନେତା ମଧ୍ୟ ଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ(ସିଡବ୍ଲ୍ୟୁସି) ଡକାଇବାକୁ ଦାବି କରୁଛନ୍ତି । ଏହି କ୍ରମରେ କଂଗ୍ରେସର ମହତ୍ୱପୂର୍ଣ୍ଣ ପଦରେ ରହିଥିବା ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କଂଗ୍ରେସରେ ରାହୁଲ ଗାନ୍ଧୀଙ୍କ ସମେତ କୌଣସି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇ ପାରିବେ ନାହିଁ ।

କଣ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଇ ପାରିବେ ? ଏହାର ଜବାବରେ ନଟବର ସିଂହ କହିଛନ୍ତି, କଣ ଆପଣଙ୍କୁ ଏମିତି ଲାଗୁଛି ? କଣ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ଛିଡା ହୋଇ ପାରିବେ। ଯଦି ଆପଣ ଦୁହିଁଙ୍କ ମଧ୍ୟରେ ଫରକ ଜାଣିବାକୁ ଚାହୁଁଛନ୍ତି ତେବେ ଉଭୟଙ୍କ ମଧ୍ୟରେ ବିତର୍କ କରାଇ ନିଅନ୍ତୁ । ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଚମକ୍ରାର ବକ୍ତା । ସେ ଜଣେ ନୀର୍ଭିକ ଲୋକ । ଆପଣ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାରରେ ଟିଭିରେ ଦେଖିଥିବେ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ କୌଣସି ବି କ୍ଷେତ୍ରରେ ସମକକ୍ଷ ହୋଇ ପାରିବେ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନ କଂଗ୍ରେସ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁକାବିଲା କରିବାକୁ ସେପରି କୌଣସି ନେତା ନାହାନ୍ତି ।

କଂଗ୍ରେସ ଆଜିର ଦୟନୀୟ ସ୍ଥିତି ପାଇଁ ନଟବର ସିଂହ ଗାନ୍ଧୀ ପରିବାରଙ୍କୁ ହିଁ ଦାୟୀ କରିଛନ୍ତି । ଆଗାମୀ ବର୍ଷ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସେ କହିଛନ୍ତି ଯେ, ମୋତେ ଲାଗୁନାହିଁ କଂଗ୍ରେସ କୌଣସି ରାଜ୍ୟରେ ବିଜେପିକୁ ଟକ୍କର ଦେବ । କଂଗ୍ରେସକୁ ଲାଗୁଛି ଯେ, ରାହୁଲ ଗାନ୍ଧୀ କଂଗ୍ରେସର ସବୁ କିଛି । ରାହୁଲ ଗାନ୍ଧୀ କୌଣସି ପଦରେ ନଥାଇ ବି ପାର୍ଟିର ସବୁ ନିଷ୍ପତ୍ତି ନେଉଥିବା ନଟବର ସିଂହ କହିଛନ୍ତି ।

Get real time updates directly on you device, subscribe now.