fbpx

୧୨୨ଟି ସହରରେ ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର ଖୋଲିବ UIDAI, ପ୍ରତ୍ୟେକ ଦିନ ମିଳିବ ସୁବିଧା

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁବିଧା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ୟୁଆଇଡିଏଆଇ ପକ୍ଷରୁ ଦେଶରେ ୧୨୨ଟି ସହରରେ ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର ସ୍ଥାପନ କରାଯିବ । ବର୍ତ୍ତମାନ ଦେଶରେ ୫୫ଟି ଆଧାର ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏହାବ୍ୟତୀତ ବ୍ୟାଙ୍କ, ଡାକଘର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ୫୨ ହଜାର ଆଧାର କେନ୍ଦ୍ର ସଞ୍ଚାଳନ କରାଯାଉଛି ।

ଏନେଇ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ମାଧ୍ୟମରେ ୧୨୨ଟି ସହରର ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର ଖୋଲାଯିବ । ଏହି ସେବା କେନ୍ଦ୍ର ସପ୍ତାହକୁ ସାତ ଦିନ ଖୋଲା ରହିବା ସହ କେନ୍ଦ୍ରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଆବଶ୍ୟକତାକୁ ପୂରଣ କରାଯିବ । ବର୍ତ୍ତମାନ ସୁଦ୍ଧା ୟୁଆଇଡିଏଆଇ ପକ୍ଷରୁ ୧୩୦.୯ କୋଟି ଲୋକଙ୍କୁ ଆଧାର ନମ୍ବର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.