fbpx

ବଡ଼ ଖବର: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ

ସୀତାପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡର ପୀଡିତାଙ୍କୁ ଦେଖାକରିବାକୁ ପହଞ୍ଚିଥିବା କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ନୁହେଁ, ବରଂ ଗିରଫ କରାଯାଇଛି । ସୀତାପୁରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଖବର ମିଳିଛି ଯେ, ପିୟଙ୍କାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଓ ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ ସୀତାପୁରର PAC ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖିଛି ପୋଲିସ୍ ।

ତେବେ ପ୍ରିୟଙ୍କାଙ୍କୁ ଗିରଫ ନେଇ କଂଗ୍ରେସ ନେତା ପି.ଚିଦାମ୍ବରମ ସୂଚନା ଦେଇଛନ୍ତି । ଚିଦାମ୍ବରମଙ୍କ କହିବା ମୁତାବକ, ଭୋର ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି । ପିଏସି ଗେଷ୍ଟହାଉସରେ ପ୍ରିୟଙ୍କାଙ୍କ ପାଇଁ ହୋଇଛି ଅସ୍ଥାୟୀ ଜେଲ ।’  ସୋମବାର ପୂର୍ବାହ୍ନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଲଖିମପୁର ନିକଟ ହରଗାଓଁରେ ଅଟକ ରଖାଯାଇଥିଲା। ସେବେଠାରୁ ପ୍ରିୟଙ୍କା ଗେଷ୍ଟ ହାଉସରେ ଥିଲେ ।

Get real time updates directly on you device, subscribe now.