fbpx

ରଣପୁର ହାଟସାହି ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳରେ ଗଛ ବୃକ୍ଷ ବଢିବା ସହିତ ଅନେକ ବିରଳ ଜଙ୍ଗଲ ଜନ୍ତୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ  ଏକ ବିରଳ ବଜ୍ରକାପ୍ତା ରଣପୁର ହାଟସାହି ରାସ୍ତାକୁ ଚାଲିଆସିଥିଲା । କିଛି ଯୁବକ ବଜ୍ରକାପ୍ତାଟିକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଠିକ୍‌ ସମୟରେ ବନ ବିଭାଗ ପ୍ରେଟ୍ରୋଲିଂ ଗାଡି ସେହି ଜାଗାରେ ପହଞ୍ଚି ଯାଇଥିଲା । ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ମିଶ୍ର କର୍ମଚାରୀଙ୍କ ସହ ସେଠାରୁ ବଜ୍ରକାପ୍ତା ଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ବଜ୍ରକାପ୍ତାଟିକୁ ପ୍ରାଥମିକ ଚିକିତ୍ସା କରି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିବା ଜଣାପଡିଛି । ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ ପରେ ବଜ୍ରକାପ୍ତାଟିକୁ ଜଙ୍ଗଲରେ ଛଡାଯିବ ନା ଆଉ କେଉଁଠିକୁ ଛଡାଯିବ ନିଷ୍ପତ୍ତି ନିଆଯିବ।

Get real time updates directly on you device, subscribe now.