fbpx

ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ସାମ୍ବାଦିକଙ୍କୁ ଲାଗିଲା ଗୁଳି

ନୂଆଦିଲ୍ଲୀ,୨୫ ।୨: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ । ଗତକାଲି ଉତ୍ତରପୂର୍ବ ଦିଲ୍ଲୀରେ ମଧ୍ୟ ହିଂସା ଦେଖିବାକୁ ମିଳିଥିଲା । ଆଜି ମୌଜପୁର ଓ ବ୍ରହ୍ମପୁରୀ ଅଞ୍ଚଳରେ ପଥରମାଡ ଆରମ୍ଭ ହୋଇଥିଲା । ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ୯ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କନଷ୍ଟେବଳ ରତନଲାଲ ମଧ୍ୟ ସାମିଲ ଅଛନ୍ତି । ଏହା ସହ ୧୩୫ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ଏହି ହିଂସାକାଣ୍ଡରେ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ଗୁଳି ଲାଗିଥିବା ଜଣାପଡିଛି । ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି । ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମାଡ଼ ମାରିଛନ୍ତି । ଆକ୍ରମଣରେ ଆହତ ସାମ୍ବାଦିକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ରହିଛନ୍ତି ।

Get real time updates directly on you device, subscribe now.