fbpx

ମନୀଷ ମୃତ୍ୟୁ ମାମଲାରେ ଖୋଲିଲା ଗୁମର, ସାମ୍ନାକୁ ଆସିଲା କାଳ ରାତିର ସତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଲାଗିପଡିଛି ପୋଲିସ । ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ଗୁମରର ଖୁଲାସା ହେଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି କାଳ ରାତିର ସତ । ମନୀଷଙ୍କ ମୃତ୍ୟୁ ଦିନ ରାତିରେ ବିଲକୁ ନେଇ ବିବାଦ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ଏହାକୁ ନେଇ ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ଫଳରେ ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିଲେ । ମୋବାଇଲ ବନ୍ଧକ ରଖିବାକୁ ନେଇ ମନୀଷଙ୍କୁ ବହୁତ ବାଧିଥିଲା । ଫଳରେ ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ବୋଲି ସୂଚନା ମିଳିଛି । ବାରରୁ ବାହାରିବା ପରେ ବି ସାଙ୍ଗମାନଙ୍କ ସହିତ ମନୀଷଙ୍କ ବଚସା ହୋଇଥିଲା । ବିଲ ପେମେଣ୍ଟ ଓ ଅନ୍ୟ କୌଣସି କାରଣରୁ ବଚସା ହୋଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ପାତ୍ରପଡାରେ ଏକ ପୋଖରୀରୁ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସାଙ୍ଗମାନେ ମୋ ପୁଅକୁ ମାରି ଦେଲେ ବୋଲି ନବୀନ ଦାସ କହିବା ପରେ ଜଣେ ସାଙ୍ଗକୁ ପୋଲିସ ଗିରଫ କରିଥିଲା । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା କରିଥିଲେ ନବୀନ । ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ବେଳେ ସାଙ୍ଗମାନେ ତାକୁ ହତ୍ୟା କରିଛନ୍ତି ବୋଲି ନବୀନ କହିଥିଲେ । ସାଙ୍ଗମାନଙ୍କ ସହିତ ମନୀଷ ଭୋଜି କରିବାକୁ ଯାଇଥିବା ବେଳେ ରାତି ୪.୨୨ ମିନିଟରେ ଶେଷ ଥର ପାଇଁ ତାଙ୍କ ସହିତ କଥା ହୋଇଥିଲେ ନବୀନ । ଶେଷ ଥର ପାଇଁ କରିଥିବା କଲରେ ତାଙ୍କୁ ପିଟାପିଟି କରାଯାଉଥିବା ନେଇ ମନୀଷ ପ୍ରକାଶ କରିଥିଲେ । ଏହା ସହ କମିଶନରେଟ ପୋଲିସ ପକ୍ଷରୁ ପାତ୍ରପଡା ସାଉଥ ସିଟି ହୋଟେଲକୁ ସିଲ କରାଯାଇଥିଲା । ଅନ୍ୟ ଦୁଇ ଜଣ କନ୍ଧମାଳରେ ଆତ୍ମ ସମର୍ପଣ କରିଥିବା ବେଳେ ବାରକୁ ସିଲ କରିଛି କମିଶନରେଟ ପୋଲିସ୍ ।

Get real time updates directly on you device, subscribe now.