fbpx

ସୁନୀଲ ଛେତ୍ରୀଙ୍କ ଆଉ ଏକ କୀର୍ତ୍ତିମାନ; ପେଲେଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବ୍ରାଜିଲିଆନ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିବା ସହିତ ରେକର୍ଡ ବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି ଛେତ୍ରୀ । ୨୦୨୧ ସାଫ୍ ଗେମ୍ସରେ ମଲଡିଭ୍ସ ବିପକ୍ଷ ମୁକାବିଲାରେ ଛେତ୍ରୀ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ପେଲେ ବ୍ରାଜିଲ ପାଇଁ ୭୭ଟି ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବା ବେଳେ ମ୍ୟାଚର ୬୨ ତମ ମିନିଟରେ ଗୋଲ ସ୍କୋର କରି ପେଲେଙ୍କୁ ଅତିକ୍ରମ କରିଥିଲେ ଛେତ୍ରୀ । ମଲଡିଭ୍ସ ବିପକ୍ଷ ଏହି ମୁକାବିଲାରେ ଛେତ୍ରୀ ଦୁଇଟି ଗୋଲ ସ୍କୋର କରିବା ସହିତ ୭୯ ଗୋଲ ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

ଅନ୍ତର୍ଜାତୀୟ ସର୍କିଟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲ୍ଡୋ ୧୧୫ ଗୋଲ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ୮୦ ଗୋଲ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବୁଧବାର ଅନୁଷ୍ଠିତ ମ୍ୟାଚରେ ଛେତ୍ରୀ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ମାନବୀର ସିଂ ଅନ୍ୟ ଗୋଲଟି ସ୍କୋର କରିଥିଲେ । ୩-୧ରେ ବିଜୟ ସହିତ ସାଫ୍ ଫାଇନାଲରେ ପ୍ରବେଶ କରିଛି ଭାରତ ।

Get real time updates directly on you device, subscribe now.