fbpx

ଦଶହରାରେ କରନ୍ତୁ ଏହି ଉପାୟ, ଦୂର ହେବ ନକରାତ୍ମକ ଶକ୍ତି

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଇଥାଏ । ମାନ୍ୟତା ରହିଛି ଏହି ଦିନ ଭଗବାନ ଶ୍ରୀରାମ ରାବଣର ବଦ୍ଧ କରିଥିଲେ । ଏହି ଦିନକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି ଯେ ଏହି ଦିନ ମା’ ଦୁର୍ଗା ମହିଷାସୁରର ମଧ୍ୟ ବଦ୍ଧ କରିଥିଲେ । ତେବେ ବାସ୍ତୁ ଅନୁସାରେ ଦଶହରାରେ କିଛି ଉପାୟ କରି ଜୀବନରେ ସୁଖ ଏବଂ ସମୃଦ୍ଧି ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ମାନ୍ୟତା ରହିଛି ଦଶହରାରେ ଅସ୍ତ୍ରଶସ୍ତ୍ର ପୂଜା କରିବା ଦ୍ୱାରା ଶତ୍ରୁ ଠାରୁ ମୁକ୍ତି ମିଳିଥାଏ । ଜୀବନରେ ଉନ୍ନତିର ରାସ୍ତା ଖୋଲିଥାଏ । ଦଶହରାରେ ସୁନ୍ଦରାକାଣ୍ଡ ପଢ଼ିବା ଦ୍ୱାରା ମାନସିକ ଏବଂ ଶାରୀରିକ ଅସୁସ୍ଥତା ଦୂର ହୋଇଥାଏ । ଏହି ଦିନରେ ଘରେ ଇଷ୍ଟ ଦେବତାଙ୍କ ସହ କାଳୀପୂଜା ଉପାସନା କରନ୍ତୁ । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ । ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କ ଧ୍ୟାନ କରିବା ସହ ମନ୍ଦିରରେ ଝାଡ଼ୁ ଦାନ କରନ୍ତୁ । ଏହି ଦିନରେ ପୁସ୍ତକ, ଯାନ ଇତ୍ୟାଦି ପୂଜା କରାଯାଏ । ଦଶହରା ଦିନ ଘରର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ଙ୍କୁଙ୍କୁମ କିମ୍ବା ନାଲି ଫୁଲରେ ଝୋଟି କିମ୍ବା ଅଷ୍ଟକମଳ ଆକୃତି କରନ୍ତୁ । ଏହା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରେ । ଏହି ଦିନ ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଗୁରୁଜନଙ୍କଠାରୁ ଆଶୀର୍ବାଦ ନିଅନ୍ତୁ । ସମୀ ବୃକ୍ଷ ତଳେ ଦୀପ ଜଳାନ୍ତୁ । ବିଶ୍ୱାସ କରାଯାଏ ଯେ ଏପରି କରିବା ସଫଳତାର ବାଟ ଫିଟିଥାଏ ।

Get real time updates directly on you device, subscribe now.