fbpx

ଜାତିଆଣ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତ୍ରୀ ୟୁବିକା ଚୌଧୁରୀ, ୩ ଘଣ୍ଟା ପଚରାଉଚରା ପରେ…

ମୁମ୍ବାଇ: ଅଭିନେତ୍ରୀ ୟୁବିକା ଚୌଧୁରୀ ତଥା ପ୍ରିନ୍ସ ନରୁଲାଙ୍କ ପତ୍ନୀ ନିକଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି । କିଛି ଦିନ ତଳେ ଅଭିନେତ୍ରୀଙ୍କ ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେ ଏହସି ଭିଡିଓକୁ ନେଇ ଖୁବ୍ ଟ୍ରୋଲ୍ ହୋଇଥିଲେ । ବାସ୍ତବରେ ୟୁବିକା ଏହି ଭିଡିଓରେ ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ । ଯାହାପରେ ତାଙ୍କ ଟିପ୍ପଣୀକୁ ନେଇ ତଦନ୍ତ ହୋଇଥିଲା ଏବଂ ପୋଲିସ୍ ସୋମବାର ଦିନ ତାଙ୍କୁ ଗିରଫ କରିଥିଲା ।

ସୂଚନା ମୁତାବକ, ପୋଲିସ୍ ଏହି ମାମଲାରେ ୟୁବିକାଙ୍କୁ ୩ ଘଣ୍ଟା ପଚରାଉଚରା କରିବା ପରେ ଜାମିନ୍ ଦେଇଥିଲା । ତାଙ୍କ ଉପରେ ଅଭିଯୋଗ ଅଣାଯାଇଥିଲା ଯେ, ସେ ଅନୁସୂଚିତ ଜାତିଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ସେ ଗତ ମାସରେ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ହଙ୍ଗାମା ହୋଇଥିଲା । ତେବେ ଅନୁସୂଚିତ ଜାତି ଅନ୍ତର୍ଗତ ଲୋକମାନେ ଏହାକୁ ଖୁବ୍ ବିରୋଧ କରିଥିଲେ । ତାଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ଏହାପରେ ଅଭିଯୋଗକାରୀ ପୋଲିସ୍ କୁ ୟୁବିକାଙ୍କ ଭିଡିଓ ଦେଇଥିଲେ । ଯାହାପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନେକ ଜଣାଶୁଣା ତାରକା ଜାତିଗତ ମନ୍ତବ୍ୟକୁ ନେଇ ଗିରଫ ହୋଇଛନ୍ତି । ନିକଟରେ ପୂର୍ବତନ କ୍ରିକେଟର୍ ଯୁବରାଜ ସିଂ ଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ତାରକ ମେହେତା କା ଉଲଟା ଚଷମା ଫେମ୍ ମୁନମୁନ ଦତ୍ତାଙ୍କ ନାମରେ ମଧ୍ୟ ଜାତିଆଣ ମନ୍ତବ୍ୟକୁ ନେଇ ଟ୍ରୋଲ୍ ହେବାକୁ ପଡ଼ିଥିଲା ।

Get real time updates directly on you device, subscribe now.