fbpx

ମା’-ବାପା କରୁଥିଲେ ଭେଦଭାବ, ରାଗରେ ଆସି ଖାଦ୍ୟରେ ବିଷ ମିଶାଇଦେଲା ଝିଅ; ୪ ମୃତ

ନୂଆଦିଲ୍ଲୀ: ମା’-ବାପା କରୁଥିଲେ ନିଜ ଝିଅ ସହିତ ଭେଦଭାବ । ତେଣୁ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଲା ଝିଅ । ଯାହାଫଳରେ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅଭିଯୁକ୍ତ ଝିଅର ବାପା, ମାଆ, ସାନ ଭଉଣୀ ଓ ଜେଜେମାଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ଦାୱନଗରେ ଠାରେ । ତେବେ ଏସବୁ ଭିତରେ ବଡ଼ ଭାଇର ଜୀବନ ବଞ୍ଚିଯାଇଛି । ଏହି ମାମଲା ଜୁଲାଇ ମାସର ହୋଇଥିବା ଜଣାପଡ଼ିଛି ।

ଏହି ମାମଲାରେ ଶନିବାର ଦିନ ଫରେନସକ୍ ରିପୋର୍ଟ ସାମନାକୁ ଆସିଛି । ଆଉ ଏଥିରୁ ଖୁଲାସା ହୋଇଛି ଯେ, ପରିବାର ଲୋକଙ୍କ ମୃତ୍ୟୁ ବିଷ କ୍ରିୟା କାରଣରୁ ହୋଇଛି । ଏହି ବିଷ ଜଣେ ର୧୭ ବର୍ଷର ଝିଅ ଖାଇବାରେ ମିଶାଇଥିଲେ । ପୋଲିସ୍ କହିଛି ଯେ, ଝିଅକୁ ପାଠ ନପଢ଼ିବାରୁ ମାଡ଼ ମରାଯାଉଥିଲା ଏବଂ କ୍ଷେତକୁ କାମ କରିବାକୁ ପଠାଇ ଦିଆଯାଉଥିଲା । ତାକୁ ଲାଗୁଥିଲା ଯେ, ପରିବାର ଲୋକ ତା ସହିତ ଦୁର୍ବ୍ୟବହାର କରୁଛନ୍ତି । ଫରେନସିକ୍ ରିପୋର୍ଟରେ କୁହାଯାଇଛି ଯେ, ଜୁଲାଇ ୧୨ ତାରିଖ ରାତିରେ ଖାଇବାରେ ବିଷ ମିଶାଇ ଝିଅଟି ନିଜ ପରିବାର ଲୋକଙ୍କୁ ଦେଇଥିଲା ।

ବିଷ ମିଶାଯାଇଥିବା ଖାଦ୍ୟ ଖାଇବା ପରେ ୮୦ ବର୍ଷର ଜେଜେମା, ୪୫ ବର୍ଷିୟ ବାପା ଏବଂ ୪୦ ବର୍ଷୀୟ ମାଆ, ୧୬ ବର୍ଷର ଭଉଣୀର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଭାଇ ବଞ୍ଚିଯାଇଥିଲା । ତେବେ ପୋଲିସ୍ ପଚରାଉଚରା କରିବା ପରେ ସବୁ ଦୋଷ ଅଭିଯୁକ୍ତ ଝିଅ ସ୍ୱୀକାର କରିଛି ।

Get real time updates directly on you device, subscribe now.