fbpx

BJP MLAଙ୍କୁ ୫ ବର୍ଷ ଜେଲଦଣ୍ଡ: ଜାଣନ୍ତୁ କେଉଁଠି ଓ କାହିଁକି

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜଣେ ବିଜେପି ଏମଏଲଏଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ଗୋସାଇଗଞ୍ଜର ରାଜନେତା ଇନ୍ଦ୍ର ପ୍ରତାପ ତିୱାରି ୨୮ ବର୍ଷ ପରେ ନକଲି ମାର୍କସିଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କଲେଜରେ ଆଡମିଶନ ପାଇଁ ପାଇଁ ସେ ନକଲି ମାର୍କସିଟ୍ ଦାଖଲ କରିଥିବା ଜଣାପଡ଼ିଛି । ଏହି ମାମଲାରେ ସ୍ୱତନ୍ତ୍ର ଜଜ୍ ଇନ୍ଦ୍ରଙ୍କୁ ୫ ବର୍ଷର ଜେଲଦଣ୍ଡ ସହ ୮ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଇନ୍ଦ୍ର ଗୋସାଇଗଞ୍ଜ ବିଧାନସଭା ଆସନରୁ ଏମଏଲଏ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଇନ୍ଦ୍ରଙ୍କ ବିରୋଧରେ ଗତ ୧୯୯୨ ମସିହାରେ ମାମଲା ଦାୟର କରାଯାଇଥିଲା । ଆଡମିଶନ ପାଇଁ ଇନ୍ଦ୍ର ନକଲି ମାର୍କସିଟ୍ ଦାଖଲ କରିଥିବା ଅଯୋଧ୍ୟାର ସକେଟ ଡିଗ୍ରୀ କଲେଜର ସେତେବେଳର ପ୍ରିନ୍ସପାଲ ୱାଇଆର ତ୍ରିପାଠିଙ୍କ ନଜରକୁ ଆସିଥିଲା । ତେଣୁ ପ୍ରିନ୍ସପାଲ ଶ୍ରୀ ତ୍ରିପାଠୀ ଇନ୍ଦ୍ରଙ୍କ ନାମରେ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ । ଦୀର୍ଘବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ଇନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.