fbpx

ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ । ଲୋକସେବା ଭବନ ଆଡ଼କୁ ରାଲିରେ ଗଲାବେଳେ ଅଟକାଇଲା ପୋଲିସ୍ । ଲୋୟର ପିଏମଜିରେ ବିଜେପି କର୍ମୀଙ୍କୁ ଅଟକାଇଲା ପୋଲିସ୍ । ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀଙ୍କ ନିଖୋଜ ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବାନେଇ ଅଭିଯୋଗ କରିଛି ବିଜେପି ।

ସୂଚନାଯୋଗ୍ୟ, ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ଘଟଣାରେ ପୋଲିସ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ ବି ସେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ କିନ୍ତୁ ମଙ୍ଗଳବାର ପୋଲିସ ଗୋବିନ୍ଦ ସାହୁକୁ ଗିରଫ କରିଛି ।

Get real time updates directly on you device, subscribe now.