fbpx

ଉତ୍ତରାଖଣ୍ଡରେ ଭୟଙ୍କର ବର୍ଷା, ଗଲାଣି ୨୫ ଜୀବନ

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ହଠାତ୍ ଆସିଥିବା ବନ୍ୟାରେ ଭୟଙ୍କର ହୋଇଛି ପରିସ୍ଥିତି । ରାଜ୍ୟର ଅନେକ ସ୍ଥାନରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୨୫ ଜଣକର ମୃତ୍ୟୁ ହୋଇଛି । ବିଭିନ୍ନ ଅଞ୍ଚଳରୁ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାସ୍ତା ଏବଂ ପୋଲ ଉପରେ ପାଣିଚାଲୁଥିବାର ଦେଖାଯାଉଛି । କେବଳ ସେତିକି ରେଳ ଲାଇନ ଉପରେ ମଧ୍ୟ ପାଣି ଚାଲୁଥିବାର ଦେଖାଯାଇଛି । ଅନେକ ସ୍ଥାନରେ ରାସ୍ତା ପୋଲ ସବୁ ଧୋଇଯାଇଛି । ନୈନୀତାଲର ରାମଗଢ଼ରେ ଅନେକ ଶ୍ରମିକ ଭାସିଯାଇଥିବା ଆଶଙ୍କା କରାଯାଉଛି । ନୈନୀ ହ୍ରଦରେ ବନ୍ୟା ଆସିବା ଯୋଗୁଁ ରାସ୍ତା ଏବଂ ଅନେକ ଦୋକାନ ଏବଂ ଆଖପାଖ ଅଞ୍ଚଳ ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୨୪ରୁ ୨୫ ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନୈନୀତାଲ ଜିଲ୍ଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ନୈନୀତାଲରେ ୪୦୧ ଏମଏମ ବର୍ଷା ରେକର୍ଡ ହୋଇଛି, ସେହିଭଳି ପିଥୋରାଗଢ଼ ରେ ୨୧୨.୧ ଏମଏମ, ମୁକ୍ତେଶ୍ୱରରେ ୩୪୦.୮ ଏମଏମ ବର୍ଷା ହୋଇଛି । ନୈନୀତାଲରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଯୋଗୁଁ ଏଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗ୍ରାମୀଣ ଅଞ୍ଚଳରେ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ରାମନଗର-ରାଣିଖେତ ଠାରେ ଏକ ରିସର୍ଟରୁ ଫସିଥିବା ପ୍ରାୟ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.