fbpx

୧୦୮ କୋଟି ଟଙ୍କାର ଟେଲିସ୍କୋପ; ଦେଖାଯିବ ଗ୍ରହର ଉତ୍ପତି ଓ ବିଲୟ

ନୂଆଦିଲ୍ଲୀ: ନାସା ପକ୍ଷରୁ ଏକ ଟେଲିସ୍କୋପ ନିର୍ମାଣ କରାଯାଇଛି । ଜେମସ ୱେବ୍ ଟେଲିସ୍କୋପ ଯାହାକୁ ମହାକାଶରେ ନିୟୋଜିତ କରାଯିବ ଏହାର ମୂଲ୍ୟ ଶୁଣିଲେ ଆପଣ ମଧ୍ୟ ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ । ଏହି ଟେଲିସ୍କୋପରେ ଗାମା ବିକିରଣ ବ୍ୟବହୃତ ହେବ । ଏହି ଟେଲିସ୍କୋପର ମୂଲ୍ୟ ୧୪୫ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୦୮ କୋଟି ଟଙ୍କା ରହିବ ।

ଏହି ଟେଲିସ୍କୋପ ଦ୍ୱାରା ଗ୍ରହ ନକ୍ଷତ୍ର ମାନଙ୍କର ଅଭ୍ୟୁଦୟ ଓ ବିଲୟ ଦେଖି ହେବ । ଏହା ସହିତ ଆକାଶ ଗଙ୍ଗାରେ ଗ୍ରହ ନକ୍ଷତ୍ର ମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଲାଭ କରିହେବ । ତେବେ ଏହି ଟେଲିସ୍କୋପଟି ଆସନ୍ତା ୨୦୨୫ ସୁଦ୍ଧା ନିର୍ମାଣ ସମ୍ପୂର୍ଣ୍ଣହେବ । ୨୦୧୯ରୁ ଏହି ଟେଲିସ୍କୋପ ନିର୍ମାଣ ପାଇଁ ନାସା ପକ୍ଷରୁ ଉଦ୍ୟମ କରାଯାଉଛି । ଏହି ଟେଲିସ୍କୋପ ଲଞ୍ଚ କରିବା ପାଇଁ ନାସା କିଛି ଘରୋଇ ସଂସ୍ଥାର ସହଯୋଗ ନେବ ବୋଲି ଜଣା ପଡିଛି । ଏହି ଟେଲିସ୍କୋପ ଲଞ୍ଚ ହେବା ପରେ ମହାକାଶ ସମ୍ପର୍କିତ ଅନେକ ଗୁଢ ରହସ୍ୟ ଉପରୁ ପରଦା ଉଠିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.