fbpx

ତାଲିବାନୀ ବର୍ବରତା; ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ଜଣେ ଜୁନିୟର ଭଲିବଲ ଖେଳାଳିଙ୍କ ମୁଣ୍ଡକାଟ କରିଛନ୍ତି ତାଲିବାନୀ ଆତଙ୍କୀ । ବୁଧବାର ଏକ ସାକ୍ଷାତକାରରେ କୋଚ୍ ସୁରେୟା ଅଫଜାଲି(ଛଦ୍ମନାମ) ଏହି ସୂଚନା ଦେଇଛନ୍ତି । ମହଜବିନ ହକିମି ନାମକ ଜଣେ ଭଲିବଲ ଖେଳାଳିଙ୍କୁ ତାଲିବାନୀ ଆତଙ୍କୀ ହତ୍ୟା କରିଥିଲେ । ତେବେ ଡରରେ ପରିବାର ଲୋକଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।

ମହଜବିନ କାବୁଲ ମୁନିସିପାଲିଟି ଭଲିବଲ କ୍ଲବ୍ ପକ୍ଷରୁ ଖେଳୁଥିବା ବେଳେ କ୍ଲବର ଷ୍ଟାର ପ୍ଲେୟର ରହିଥିଲେ । କିଛି ଦିନ ପୂର୍ବରୁ ମହଜବିନଙ୍କ ତଣ୍ଟି କଟାଯାଇଥିବା ମୃତ ଶରୀରର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏପରିକି ହତ୍ୟାପୂର୍ବରୁ ତାଙ୍କୁ ଲଣ୍ଡା ମଧ୍ୟ କରାଯାଇଥିଲା । ଆଫଗାନ ମହିଳା ଦଳର କୋଚ ଏହାକୁ ନିନ୍ଦା କରିଥିଲେ । ଦୁଇତିନି ଜଣ ଖେଳାଳି ଆମେରିକା ପଳାୟନ କରିଥିବା ବେଳେ ଅନ୍ୟ ସମସ୍ତଙ୍କ ଭାଗ୍ୟ କିନ୍ତୁ ଟାଣ ନଥିଲା । କ୍ଷମତା ଦଖଲ ପରେ ତାଲିବାନ ମହିଳା ଆଥଲେଟଙ୍କୁ ଖୋଜି ଖୋଜି ହତ୍ୟା କରିବାରେ ବ୍ୟସ୍ତ ରହିଛି ।

Get real time updates directly on you device, subscribe now.