fbpx

କାଲିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ; ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ଭଗବାନ୍ ବିଷ୍ଣୁ…

ନୂଆଦିଲ୍ଲୀ: କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ । ଏଥର କାର୍ତ୍ତିକ ମାସ ୨୧ ଅକ୍ଟୋବର ୨୦୨୧ ଦିନ ଗୁରୁବାରରୁ ଆରମ୍ଭ ହେଉଛି, ଯାହାକି ୧୯ ନଭେମ୍ବର ପର୍ଯ୍ୟନ୍ତ ରହିବ । କୁହାଯାଏ କି, ଏହି ମାସରେ ଭଗବାନ୍ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି ଓ ପୃଥିବୀରେ ସୁଖ ଓ କୃପାର ବୃଷ୍ଟି ହୋଇଥାଏ । ମା ଲକ୍ଷ୍ମୀ ମଧ୍ୟ ଏହି ମାସରେ ପୃଥିବୀ ଭ୍ରମଣ କରିବାକୁ ଆସିଥାନ୍ତି ଓ ଭକ୍ତମାନଙ୍କୁ ଅପାର ଧନର ଆର୍ଶିବାଦ ଦେଇଥାନ୍ତି । ଏହି ମାସରେ ଦାନ, ସ୍ନାନ ଓ ତୁଳସୀ ପୂଜାକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ ।

କୁହାଯାଏ ଯେ, କାର୍ତ୍ତିକ ମାସରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଭଗବାନ ବିଷ୍ଣୁ ଓ ତୁଳସୀ ଗଛର ପୂଜା କରିବା ଉଚିତ୍ । ଏହି ମାସରେ କିଛି କାମକୁ ବିଶେଷ ଧ୍ୟାନ ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସରେ କ’ଣ କରିବା ଉଚିତ୍ ଓ କ’ଣ ନକରିବା ଉଚିତ୍…

କ’ଣ ନ କରିବା ଉଚିତ୍
କାର୍ତ୍ତିକ ମାସରେ ଆଚରଣକୁ ପବିତ୍ର ରହିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ, କାର୍ତ୍ତିକ ମାସରେ ମାଂସ, ମାଛ ନଖାଇବା ଉଚିତ୍ । ଯେଉଁ ଲୋକାମାନଙ୍କୁ ସ୍ନାନ ପରେ ତେଲ ଲଗାଇବାର ଅଭ୍ୟାସ ରହିଛି, ସେମାନେ ଏହି ମାସରେ ଶରୀରେ ତେଲ ଲଗାନ୍ତୁ ନାହିଁ । କେବଳ ଗୋଟିଏ ଦିନ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଦିନ ଶରୀରରେ ତେଲ ଲଗାଇ ପାରିବେ ।

ଏହି ମାସରେ ମୁଗ, ମସୁର ଡାଲି, ଚଣା, ରାଇ ଆଦି ଖାଇବାଠାରୁ ଦୂରେଇ ଯିବା ଉଚିତ୍ । କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟର ପାଳନ କରିବା ଅତି ଆବଶ୍ୟକ ବୋଲି କୁହାଯାଇଛି । ଏହି ମାସରେ ଦ୍ୱିପହର ସମୟରେ ଶୋଇବା ମନା ହୋଇଥାଏ ।

କ’ଣ କରିବା ଉଚିତ୍
ଏହି ମାସରେ ଘିଅ ଓ ବାଦାମ ଖାଇବାର ପରାମର୍ଶ ଦିଆଯାଇଥାଏ । ଯେଉଁ ଖାଦ୍ୟ ଯୋଗୁଁ ସ୍ୱାସ୍ଥ୍ୟ ଗରମ ରହିଥାଏ ଓ ଅଧିକ ସମୟ ପର୍ଯ୍ୟନ୍ତ ଶକ୍ତି ବଜାୟ ରହିଥାଏ, ସେହି ଖାଦ୍ୟ ଖାଇବା ଉଚିତ୍ । ଏହି ମାସରେ ସୂର୍ଯ୍ୟ କିରଣରେ ସ୍ନାନ କରିବା ସର୍ବୋତ୍ତମ କୁହାଯାଏ । କାର୍ତ୍ତିକ ମାସରେ ଭୂମିରେ ଶୋଇବା ଉଚିତ୍ ଓ ଭଗବାନଙ୍କୁ ଜପ କରିବା ଦରକାର । କାର୍ତ୍ତିକ ମାସରେ ଭୂମିରେ ଶୋଇବା ଦ୍ୱାରା ମନରେ ପବିତ୍ର ଭାବନା ଆସିଥାଏ । ଭୂମିରେ ଶୋଇବା କାର୍ତ୍ତିକ ମାସରେ ପ୍ରମୁଖ କାମ ବୋଲି କୁହାଯାଏ ।

ମାନ୍ୟତା ରଖିଛି ଯେ, ମା ଲକ୍ଷ୍ମୀ ଏହି ମାସରେ ପୃଥିବୀରେ ଭ୍ରମଣ କରିବାକୁ ଆସିଥାନ୍ତି ଓ ଭକ୍ତମାନଙ୍କୁ ଅପାର ଧନ ଦେଇଥାନ୍ତି । ମାଙ୍କ କୃପା ପାଇଁ ଏହି ମାସରେ ଧନ ତ୍ରୟୋଦଶୀ, ଦୀପାବଳୀ ଓ ଗୋପାଷ୍ଟମୀ ପାଳନ କରାଯାଏ । ଏହି ମାସରେ ସ୍ୱତନ୍ତ୍ର ପୂଜା କରି ଆପଣ ଆସନ୍ତା ସମୟରେ ଅପାର ଧନ ଅର୍ଜନ କରିପାରନ୍ତି ଓ ଋଣରୁ ମୁକ୍ତି ପାଇପାରନ୍ତି ।

Get real time updates directly on you device, subscribe now.