fbpx

ସ୍ତ୍ରୀ ଉପରେ ଥିଲା ସନ୍ଦେହ; ନାବାଳିକା ଝିଅର ଗୁପ୍ତାଙ୍ଗ କାଟିଲା ବାପା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନୃଶଂସ ବାପର ପାଗଳାମି । ପତ୍ନୀର ଚରିତ୍ରକୁ ସନ୍ଦେହ କରି ୪ ବର୍ଷ ଝିଅର ଯୌନାଙ୍ଗ କାଟିଲା ନୃଶଂସ ବାପ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧିନ କାଶିମପୁର ଗ୍ରାମରେ । ଉକ୍ତ ଗ୍ରାମର ନୃସିଂହ ମଲ୍ଲିକଙ୍କ ପୁଅ ଚନ୍ଦନ ମଲ୍ଲିକ ନିଜ ପତ୍ନୀ ତଅପୋଇ ମଲ୍ଲିକଙ୍କ ଚରିତ୍ରକୁ ସନ୍ଦେହ କରି ଦିର୍ଘଦନ ହେବ ନିର୍ୟାତନା କରିଆସୁଥିଲା । ବୁଧବାର ବିଳମ୍ବିତ ରାତ୍ରରେ ନିଜ ପତ୍ନୀକୁ ବାଡାବାଡି କରିବା ସହ ୨ ପିଲା ଓ ପତ୍ନୀକୁ ଏକ ଠାକୁର ଘରେ ଚାବି ପକେଇ ରଖିଥିଲା ।
ଆଜି ଶଖାଳୁ ଠାକୁରଘରେ ଥିବା ଏକ ବ୍ଲେଡରେ ଝିଅର ଯୌନାଙ୍ଗକୁ ବାରମ୍ବାର କାଟିଥିଲା। ଫଳରେ ଝିଅ ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ସହ ଭଦ୍ରକ ମେଡିକାଲ ନେଇଥିଲେ । ତେବେ ଖବର ପାଇଁ ଧୁସୁରି ଥାନା ଏସଆଇ ସେବତି କର ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଗିରଫ କରିଥିଲେ।

Get real time updates directly on you device, subscribe now.