fbpx

୨୦୨୨ରେ ପୁଣି ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍: ନୂଆ ତାରିଖ ଓ ନୂଆ ଭେନ୍ୟୁରେ ମୁକାବିଲା ହେବ

ଦୁବାଇ: ଆସନ୍ତା ବର୍ଷ ଜୁଲାଇ ମାସରେ ପୁଣି ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ କ୍ରିକେଟ ମ୍ୟାଚ । ଚଳିତ ବର୍ଷ ଅଗଷ୍ଟ – ସେପ୍ଟେମ୍ବର ମାସରେ ଉଭୟ ଦଳ ଇଂଲଣ୍ଡରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ମ୍ୟାଚ ଖେଳିଥିବା ବେଳେ କରୋନା ସଂକ୍ରମଣ ଆତଙ୍କ ନେଇ ଭାରତୀୟ ଦଳ ପଞ୍ଚମ ତଥା ଅନ୍ତିମ ମ୍ୟାଚ ଖେଳିବାକୁ ରାଜି ହୋଇ ନ ଥିଲେ । କାରଣ ସ୍ୱଳ୍ପ ଦିନ ମଧ୍ୟରେ ଭାରତୀୟ ଦଳର ମୁଖ୍ୟ କୋଚଙ୍କ ସହିତ ବ୍ୟାଟିଂ କୋଚ ଭରତ ଅରୁଣ ଓ ଜୁନିଅର ଫିଜିଓ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଦଳର ସମସ୍ତ ଖେଳାଳି ସେମାନଙ୍କ ସଂସ୍ପର୍ଶରେ ଆସି ଥିବାରୁ ଖେଳାଳିଙ୍କ ଉପରେ ଏହାର ପ୍ରଭାବ ପଡିବା ଆଶଙ୍କା ସୃଷ୍ଟି ହୋଇ ଥିଲା । ତେଣୁ ମ୍ୟାଚ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଭାରତୀୟ ଦଳ ଏହି ମ୍ୟାଚ ଖେଳିବାକୁ ରାଜି ହୋଇ ନ ଥିଲେ ।

ସେତେବେଳକୁ ଭାରତ ୨-୧ରେ ସିରିଜ ଅଗ୍ରଣୀ ହୋଇଥିଲା । ମାତ୍ର ଭାରତୀୟ ଦଳ ଏହି ମ୍ୟାଚରୁ ଓହରି ଯିବା ଫଳରେ ଇଂଲଣ୍ଡ ଦଳ ୱାର୍କ ଓଭର ପାଇବା ପାଇଁ ଦାବି କରିଥିଲେ । ମାତ୍ର ଭାରତ ଏହାକୁ ବିରୋଧ କରିବାରୁ ଆଇସିସି ଏହାକୁ ବିଚାର କରି ପୁନଃ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି । ଉଭୟ ଦେଶ କ୍ରିକେଟ ବୋର୍ଡ ଏଥିରେ ରାଜି ହୋଇଛନ୍ତି । ମାଞ୍ଚେଷ୍ଟର ପରିବର୍ତ୍ତେ ଏଜବାଷ୍ଟନରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ଦଳ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ କରି ସୀମିତ ଓଭର ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.