fbpx

ମମିତା ହତ୍ୟାର ରହସ୍ୟ ଖୋଲିବ ମୋବାଇଲ: ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡାକିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଗୋବିନ୍ଦ ସାହୁକୁ ପୋଲିସ ରିମାଣ୍ଡରେ ଆଣିବା ପରେ ଗତକାଲି ଭୋର ୪ଟାରୁ ସିନ୍ ରିକ୍ରିଏସନ୍ କରାଇଥିଲା । ୨୦ରୁ ୨୫ ମିନିଟର ଏହି ଡେମୋରେ ମମିତାଙ୍କୁ ଗୋବିନ୍ଦ କିପରି ହତ୍ୟା କରିଥିଲା, ତାହାର ଡେମୋ ଦେଖାଇଥିଲା । ଆଜି ସକାଳେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ତୁରେଇକେଲା ଝରଣୀ ଗାଁରେ ପହଞ୍ଚି ମମିତାଙ୍କ ପରିବାରକୁ ଭେଟିଥିଲେ ।

ତେବେ ପୋଲିସକୁ ମିଳିଥିବା ମୋବାଇଲକୁ ଚିହ୍ନିବାକୁ ଯିବେ ପରିବାରଲୋକେ । ମୋବାଇଲକୁ ଚିହ୍ନଟ ପାଇଁ ଯିବାକୁ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ କୁହାଯାଇଛି । ଗୋବିନ୍ଦର ଡ୍ରାଇଭର ରାଧେ ଘରର ଘଟ ତଳୁ ଏକ ବ୍ୟାଗରୁ ମିଳିଥିଲା ଫୋନ୍ । ମମିତାଙ୍କ ପାଖରେ ୨ଟି ମୋବାଇଲ ଥିବା ଅଭିଯୋଗ ହେଉଥିଲା ।

Get real time updates directly on you device, subscribe now.