fbpx

ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲାରେ ନୂଆ ଟ୍ୱିଷ୍ଟ: ୱାଙ୍ଖେଡ଼େଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ୍ କେସରେ ନୂଆ ମୋଡ଼ ଆସିଛି । କିଛିଦିନ ପୂର୍ବରୁ ଆର୍ଯ୍ୟନଙ୍କ ସହ ଜଣେ ଅଣଏନସିବି ଅଫିସରଙ୍କର ଭିଡିଓ ଭାଇରାଲ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କେପି ଗୋସାଭି ବୋଲି ଜଣାପଡ଼ିଛି । ତେବେ ଗୋସାଭିଙ୍କ ବଡିଗାର୍ଡର ପରିଚୟ ଦେଇ ଏପରି କିଛି ଖୁଲାସା କରିଛନ୍ତି ପ୍ରଭାକର ସେଲ । ସେ କହିଛନ୍ତି ଯେ, ପ୍ରାଇଭେଟ ଡିଟେକ୍ସିଭ ଗୋସାଭି ଓ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େ ଏହି ମାମଲାରେ ୧୮ କୋଟିର ଡିଲ୍ କରିଥିଲେ । ୱାଙ୍ଖେଡ଼େଙ୍କୁ ୮ କୋଟି ଦିଆଯିବାର ସର୍ତ୍ତ ରହିଥିଲା ବୋଲି ସେ କହିଛନ୍ତି ।

ତେବେ ଏହି ଅର୍ଥ ଲାଞ୍ଚ ମାମଲାକୁ ୱାଙ୍ଖେଡ଼େ ଅସ୍ୱୀକାର କରିବା ସହ ଏହାର ଜବାବ ଦେବେ ବୋଲି କହିଛନ୍ତି । ଏନସିବି ପକ୍ଷରୁ ଏପରି ଅଭିଯୋଗକୁ ଭିତ୍ତିହୀନ କୁହାଯିବା ସହ ତଦନ୍ତକାରୀ ସଂସ୍ଥାର ଛବି ଖରାପ କରିବାକୁ ଏପରି ହୀନ ଚକ୍ରାନ୍ତ କରାଯାଉଥିବା କୁହାଯାଇଛି । ଗୋସାଭିଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ବର୍ତ୍ତମାନ ଫେରାର ରହିଥିବା ମଧ୍ୟ କହିଛନ୍ତି ପ୍ରଭାକର । ସେ ପୁଣି କହିଛନ୍ତି ଯେ, ତାଙ୍କୁ ପଞ୍ଚନାମା ପେପର କହି ସାଧା କାଗଜରେ ଜବରଦସ୍ତ ସାଇନ୍ କରାଇଥିଲେ । କ୍ରୁଜ୍ ରେଡ୍ ପରେ ହୋଇଥିବା ସମସ୍ତ ଡ୍ରାମାର ସେ ମୂକସାକ୍ଷୀ ବୋଲି ଦୃଢ଼ତାର ସହ କହିଛନ୍ତି । ତେବେ ପ୍ରଭାକରଙ୍କ ଏହି ରହସ୍ୟଜନକ ବୟାନ ପଛରେ କେତେ ସତ୍ୟତା ରହିଛି ତାହା ୱାଙ୍ଖେଡ଼େଙ୍କ ପ୍ରତି ଜବାବ ଆସିବା ପରେ ଜଣାପଡ଼ିବ ।

Get real time updates directly on you device, subscribe now.