ସପ୍ତାହରେ ୨ଥର ସ୍ତନ୍ୟପାନ କରୁଛି ପ୍ରେମିକ : ଉତ୍ତେଜନା ପ୍ରବଣ ଓ ସ୍ୱାସ୍ଥ୍ୟକର ବୋଲି କହିଲେ ମହିଳା

ନୂଆଦିଲ୍ଳୀ: ପ୍ରେମିକକୁ ସ୍ତନ୍ୟପାନ କରାଉଛନ୍ତି ମହିଳା । ଦୁଇଟି ଛୁଆର ମା ଲାନା ମାଇକେଲସ ନିଜ ପ୍ରେମିକକୁ ସପ୍ତାହରେ ଦୁଇ ଥର ସ୍ତନ୍ୟପାନ କରାଉଥିବାର ନେଇ ସ୍ୱୀକାର କରିଛନ୍ତି । ଏପରି କରିବା ଉଭୟ ଉତ୍ତେଜନା ପ୍ରବଣ ଏବଂ ସ୍ୱାସ୍ଥ୍ୟକର ବୋଲି ଲାନା ପ୍ରକାଶ କରିଛନ୍ତି । ଏହି ଦମ୍ପତ୍ତି ବର୍ତ୍ତମାନ ଚ୍ୟାନେଲ-୪ର ଏକ ଡକ୍ୟୁମେଣ୍ଟାରୀ ବ୍ରେଷ୍ଟଫିଡିଙ୍ଗ ମାଇଁ ବୟଫ୍ରେଣ୍ଡରେ ନଜର ଆସିବେ । ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଉ ନଥିବାରୁ ସେ ନିଜ ପ୍ରେମିକକୁ ସ୍ତନ୍ୟପାନ କରାଉଥିବା ସ୍ୱୀକାର କରିଛନ୍ତି ଲାନା । ବର୍ତ୍ତମାନ ଆଉ ସନ୍ତାନ ଚାହୁଁନଥିବା ବେଳେ ଛୁଆ ମାନେ ମଧ୍ୟ ବଡ ହୋଇ ଗଲେଣି । ଉଲ୍ଲେଖଯୋଗ୍ୟ ଯେ ଲାନାଙ୍କର ଗୋଟିଏ ୭ ବର୍ଷର ପୁଅ ଆଉ ୧୧ ବର୍ଷର ଝିଅ ରହିଛି । ତେଣୁ ପ୍ରେମିକ ଶନଙ୍କୁ ସ୍ତନ୍ୟପାନ ପାଇଁ ବାଛିଥିଲେ ଲାନା ।

ଜଣେ ପୂର୍ବତନ ଶିକ୍ଷୟିତ୍ରୀ ରହିଥିବା ଲାନା ନିଜ ପ୍ରେମିକଙ୍କ ସହିତ ଓପନ ରିଲେସନସିପରେ ରହିଥିବା କହିଛନ୍ତି । ଏହା ଉଭୟଙ୍କ ସମ୍ପର୍କକୁ ଅଧିକ ରୋମାଣ୍ଟିକ କରିଥାଏ ବୋଲି ଲାନା କହିଛନ୍ତି । ଏହା ସହିତ ମୁହଁରେ କ୍ଷୀର ନେବାକୁ ଇଚ୍ଛା ହେଲେ ଅନ୍ୟ ମହିଳାଙ୍କ ଠାରୁ ମଧ୍ୟ ସ୍ତନ୍ୟପାନ କରୁଥିବା କହିଛନ୍ତି ଲାନା । ନିଜର ଯୌନଜୀବନକୁ ଅଧିକ ଉତ୍ତେଜନା ପ୍ରବଣ କରିବା ପାଇଁ ଲାନା ଇଣ୍ଟରନେଟରେ ସର୍ଚ୍ଚ କରୁଥିବା ସମୟରେ କିଛି ହର୍ବାଲ ସପ୍ଲିମେଣ୍ଟ ଜରିଆରେ ପୁନର୍ବାର ସ୍ତନରୁ କ୍ଷୀର ଝରୁଥିବା ଜାଣିବାକୁ ପାଇଥିଲେ ଲାନା । ଏହି ହର୍ବାଲ ଔଷଧ ବ୍ୟବହାରର ୩ ଦିନ ପରେ ଗୋଟିଏ ଟୋପା କ୍ଷୀର ଝରିଥାଏ । ଏହାପରେ ଶନ୍ ସ୍ତନ୍ୟପାନ କରିଥାନ୍ତି ଏବଂ ଏହା ତାଙ୍କୁ ଶାନ୍ତି ପ୍ରଦାନ କରିଥାଏ ବୋଲି ଲାନା କହିଛନ୍ତି । ସପ୍ତାହକୁ ପାଞ୍ଚ ଦିନ ଉଭୟ ସେକ୍ସ କରୁଥିବା ବେଳେ ସ୍ତନ୍ୟପାନ ଦ୍ୱାରା ତାଙ୍କର ସ୍ତନର ଆକାର ୩୪ ସିରୁ ୩୪ଡିରେ ପହଞ୍ଚିଛି ବୋଲି କହିଛନ୍ତି ଲାନା । ଏହା ସହିତ ଏହି ଅଭ୍ୟାସ ସେ ଆଗାମୀ ଦିନରେ ଜାରି ରଖିବେ ବୋଲି କହିଛନ୍ତି ଏହି ଦମ୍ପତ୍ତି ।