fbpx

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ଆଗେଇଛନ୍ତି ସରକାର । ୱାର୍ଡ ପୁନର୍ଗଠନ, ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାମାନମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକ । ଡିସେମ୍ବର ୧୩ ମଧ୍ୟରେ ପୁନର୍ଗଠନ, ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ପୌର ନିର୍ବାଚନ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ପୁରୀ, କଟକ ଓ ଭୁବନେଶ୍ୱର ପାଇଁ ହୋଇଥିବା ପିଟିସନ ଉପରେ ଶୁଣାଣି ହୋଇଛି । ଏନେଇ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଜାନୁଆରୀ ୧୦ରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ତେବେ ଆଗାମୀ ୯ ତାରିଖରୁ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ମତାମତ ଦଖଲର ଶେଷ ଦିନ ନଭେମ୍ବର ୧୮ । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.