fbpx

ସରକାରଙ୍କ ଘୋଷଣା, ନଭେମ୍ବର ୧ରୁ ଖୋଲିଯିବ ରାଜଧାନୀର ସମସ୍ତ ସ୍କୁଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ବନ୍ଦ ହୋଇଥିବା ସମସ୍ତ ସ୍କୁଲ ପୁଣି ଖୋଲିବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧ରୁ ସରକାରୀ ଓ ଘରୋଇ ସ୍କୁଲର ସମସ୍ତ ଶ୍ରେଣୀ ଖୋଲିବାକୁ କିଛି ସର୍ତ୍ତ ରଖାଯାଇଛି । କରୋନା ସଂକ୍ରମଣ ହ୍ରାସ ହେଉଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି କେଜରିୱାଲ ସରକାର । ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦୀୟା କହିଛନ୍ତି ଯେ, ଏହି ସମୟରେ କୌଣସି ବି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀକୁ ଆସିବାକୁ ବାଧ୍ୟ କରିପାରିବ ନାହିଁ । ପାଠପଢ଼ା ଉଭୟ ଅଫଲାଇନ ଓ ଅନଲାଇନରେ ଚାଲିବ ବୋଲି ସ୍କୁଲ ସୁନିଶ୍ଚିତ କରିବ ।

ଏହା ସହ ମନୀଷ ସିସୋଦୀୟା କହିଛନ୍ତି ଯେ, ‘ନଭେମ୍ବର ୧ରୁ ଦିଲ୍ଲୀରେ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ । ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ନିଜ ପିଲାଙ୍କୁ ସ୍କୁଲ ପଠାଇବା ପାଇଁ କୌଣସି ମାତାପିତାଙ୍କୁ ବାଧ୍ୟ କରାଯିବ ନାହିଁ । ଶ୍ରେଣୀରେ ସର୍ବାଧିକ ୫୦% କ୍ଷମତା ରହିବ ବୋଲି ସମସ୍ତ ସ୍କୁଲ ସୁନିଶ୍ଚିତ କରିବେ ।

Get real time updates directly on you device, subscribe now.